Choose a track to play

ହୃଦୟକୁ ଚୁନା ଚୁନା କାହିଁକି କଲୁ? କାହିଁକି କଲୁ?
ହସ କହି ଏତେ ଲୁହ କାହିଁକି ଦେଲୁ? କାହିଁକି ଦେଲୁ?
ଦିନେ ତ ଭଲପାଇ ଦେଲୁ ଯା' କଥା ତୁହି
ସେ କଥା ସହଜରେ ଫାଙ୍କି ଦେଲୁ, ଫାଙ୍କି ଦେଲୁ, ଫାଙ୍କି ଦେଲୁ
ଠକି ଦେଲୁ, ତୁ ଠକି ଦେଲୁ
ଠକି ଦେଲୁ, ତୁ ଠକି ଦେଲୁ
ହୁଁ, ଆଖି ତତେ ଚିହିଁବାରେ ଖାଇଗଲା ଧୋକା
ଏକା କରି ଚାଲିଗଲୁ ଏମିତି ପ୍ରେମିକା
ଆଖି ତତେ ଚିହିଁବାରେ ଖାଇଗଲା ଧୋକା
ଏକା କରି ଚାଲିଗଲୁ ଏମିତି ପ୍ରେମିକା
ପୁରୁଣା ଖାତା ପରି ଦେଲୁ ତୁ ମତେ ଚିରି
ମୋ ପ୍ରେମ ବଜାରରେ ବିକିଦେଲୁ, ବିକିଦେଲୁ, ବିକିଦେଲୁ
ଠକି ଦେଲୁ, ତୁ ଠକି ଦେଲୁ
ଠକି ଦେଲୁ, ତୁ ଠକି ଦେଲୁ
ହୁଁ, ଆଜିଠାରୁ ଜିଇଁବାକୁ ହବ ଏକା ଏକା
କରିବିନି ତତେ ଆଉ କେବେ ବି ଅପେକ୍ଷା
ଆଜିଠାରୁ ଜିଇଁବାକୁ ହବ ଏକା ଏକା
କରିବିନି ତତେ ଆଉ କେବେ ବି ଅପେକ୍ଷା
ଏଡିକି ସ୍ୱାର୍ଥପର, କଲୁ ତୁ ସାତ ପର
ଜୀବନ ସାରା ମତେ ଦୁଃଖୀ କଲୁ, ଦୁଃଖୀ କଲୁ, ଦୁଃଖୀ କଲୁ
ଠକି ଦେଲୁ, ତୁ ଠକି ଦେଲୁ
ଠକି ଦେଲୁ, ତୁ ଠକି ଦେଲୁ
ଠକି ଦେଲୁ, ତୁ ଠକି ଦେଲୁ
ଠକି ଦେଲୁ, ତୁ ଠକି ଦେଲୁ