Choose a track to play
ଗହମ ଗୋରା ତୋ ଦେହେ, ପଡିଲେ ଟିକେ ଖରା...
ମୋତି ପରି ଝଲସେ, ହାଏରେ ତୋ ଚେହେରା...
ଚାଲି ତୋର ରାଜହଂସୀ,
କଥା ତୋର ମିଠା ବଂଶୀ,
ତୁ ହସିଲେ ହାଏ, ଉଛୁଳି ଯେ ଯାଏ, ପ୍ରେମର ଜୁଆର....
ତୁ ଝିଅଟେ ନା ଅପସରା ନା ପରୀଟିଏ କହ...
ତୁ ବୋଧେ ପୃଥିବୀର ଅଷ୍ଟମ ଆଶ୍ଚଯ୍ୟ...
Antara 1
ଅଫିମି ତୋ ଛୁଆଁରେ, ନିଶା ମତେ ଘାରେ,
ତତେ ଦେଖି ମୋ ଆଖିର, ଲୋଭ ବଢିଯାଏ...
କିଛି ଗୋଟେ କୁହୁକ, ଅଛି ତୋ ପାଖରେ,
ନାଚାହିଁବି ତୋ ପ୍ରେମରେ ମନ ପଡ଼ିଯାଏ...
Cross
ଇଶାରା ଦି ଧାରୀ ଛୁରୀ,
କଲିଜାକୁ ଦିଏ ଚିରି,
ନବାବି ତୋ ଠାଣି, ଲାଗୁ ସାହେବାଣୀ, ରୂପ ରାଇଜର....
ତୁ ଝିଅଟେ ନା ଅପସରା ନା ପରୀଟିଏ କହ...
ତୁ ବୋଧେ ପୃଥିବୀର ଅଷ୍ଟମ ଆଶ୍ଚଯ୍ୟ...
Antara 2
ବେସାଭୂଷା ସଜବାଜ ସବୁ ତୋ ନିଆରା,
କୋଉଥିରେ କେହି ତତେ ପାରିବେନି ବାରି...
ଜହ୍ନଟା ତୋ ତୁଳନାରେ କିଛିବି ନୁହେଁରେ,
କାହିଁକି ତୁ ହେଲୁ କହ ଏତେଟା ସୁନ୍ଦରୀ...
Cross
ଓଠ ତୋର ମଧୁଶାଳା,
ଆଖି ପ୍ରେମ ବର୍ଣ୍ଣମାଳା,
ଦେଖୁଥିଲେ ତତେ ପଡେନାହିଁ ଜମା ପଲକ ଆଖିର...
ତୁ ଝିଅଟେ ନା ଅପସରା ନା ପରୀଟିଏ କହ...
ତୁ ବୋଧେ ପୃଥିବୀର ଅଷ୍ଟମ ଆଶ୍ଚଯ୍ୟ...