Choose a track to play
ଗପ କହି—କହି ଲକ୍ଷେ ଜହ୍ନକୁ ଆଣି
ମୋ ହାତେ ଧରେଇ ଦଉ
କାହାର ନଜର ଲାଗିବା ଆଗରୁ
ତୁ ମୋତେ ଘୋଡେ଼ଇ ଦଉ
କଳା କାହ୍ନୁ ମୁଁ ତୋର
ତୁ ଯଶୋଦା ପରି ମାଆ ମୋର
ତୋ ଗର୍ଭରୁ କାଢ଼ି ମୋତେ
ଆଣି ଦେଖେଇଲୁ ରେ ସଂସାର
ତୋ ହାତ ମୋ ମଥାରେ ରହିଥିଲେ
ପାଦଧୂଳି ତୋର ନଉଥିଲେ
ମୁଁ କିଛି ଖୋଜିବିନି
ମା' ତୋ ବିନା ମୁଁ ରହି ପାରିବିନି
ମା' ତୋ ବିନା ମୁଁ ରହି ପାରିବିନି
ସିଂହାସନରେ ବସିବାକୁ କରେ ଯେ ଲୋଭ
ସିଏ ମା' କୋଳରେ ବସିବାରେ ଜାଣିନି ଲାଭ
ନ ମିଳୁ ପଛେ ମୋ ଭାଗ୍ୟରେ ଟିକିଏ ଶୁଭ
ମୋ ପାଖରେ ଥିଲେ ମା' ଲୋ ମୋର ହଜାରେ ଲାଭ
ତୋ ପଣତେ ଅଛି ମୋର
ବୋଧେ ଝୁଲଣାର ନିଦ ଘର
ସେ ପଣତେ ଶୋଇଗଲେ
ଦୁଃଖ ଲାଗେ ସୁଖ ପରି ମୋର
କଥା ସବୁ ତୋର ମିଠା—ମିଠା
ମିଠା—ମିଠା ପୁଣି ଏତେ ମିଠା
ମୁଁ କହି ପାରିବିନି
ମା' ତୋ ବିନା ମୁଁ ରହି ପାରିବିନି
ମା' ତୋ ବିନା ମୁଁ ରହି ପାରିବିନି
ତୋ ଆଖି ତାରା
ଆଜି ତତେ ଝୁରୁଛି ପରା
ମା' ଆଲୋ ଫେରି, ତୋ ହାତ ଧରି
ଚାଲିବି ପରା
ଖରା ବାଜିଲେ
ଦଉଥିଲୁ ମୋତେ ତୁ ଛାଇ
ମୋତେ ମଣିଷ କରି, ଗଲୁ ତୁ ଫେରି
କହ ଲୋ କାଇଁ?
ଶୁଣିଥିଲି ଗଛ ଥିଲେ
ଡାଳ ଆପେ ହବ କଅଁଳିଆ
ଏ ପୃଥିବୀ ଚାହେଁନାହିଁ
ମୋତେ ଲୋଡ଼ା ଖାଲି ମୋ ମା'
ପାଉଁଶ ତଳୁ ଉଠି ଆ ରେ ତୁ
ଧନ—ଧନ ମୋତେ କହ ରେ ତୁ
ମୁଁ ଜମା କାନ୍ଦିବିନି
ମା' ତୋ ବିନା ମୁଁ ରହି ପାରିବିନି
ମା' ତୋ ବିନା ମୁଁ ରହି ପାରିବିନି (ମୋ ମା')