ସେ ତ ନନ୍ଦରଜାର ଟିକି ପିଲା
ସେ ତ ନନ୍ଦରଜାର ଟିକି ପିଲା
ହାଏ ଏମିତି କେମିତି ହେଲା?
ସେ ତ ଯଶୋଦା ମାଆର ଭାରି ଗେହ୍ଲା
ସେ ତ ଯଶୋଦା ମାଆର ଭାରି ଗେହ୍ଲା
ହାଏ ଏମିତି କେମିତି ହେଲା?
କୁଞ୍ଜ ସାଆନ୍ତାଣୀ, ରାଧା ଗଉଡୁଣି
ମୋହିନୀ ମନ୍ତର ବୋଳିଦେଇ ତାକୁ ପିରତିରେ ବାନ୍ଧିଦେଲା
ହାଏ ଏମିତି କେମିତି ହେଲା?
ହାଏ-ହାଏ ଏମିତି କେମିତି ହେଲା?
ଯଶୋଦା ଦେଲେ ରୁଚୁନି ତାକୁ ଲବଣୀ ସର
ରାଧାକୁ ମାଗେ ଲୋ ଦହି-ପଖାଳ
ଯଶୋଦା ଦେଲେ ରୁଚୁନି ତାକୁ ଲବଣୀ ସର
ରାଧାକୁ ମାଗେ ଲୋ ଦହି-ପଖାଳ
ରାଧା ମାଇଁଙ୍କି ଦଣ୍ଡେ ନ ଦେଖି ହୁଏ ପାଗଳ
ଖେଳୁଛି ତା ସାଥେ କଉଡ଼ିଖେଳ
ସେ ତ ପିଲା ଭିତରେ ସୁନା ଥିଲା
ସେତ ପିଲା ଭିତରେ ସୁନା ଥିଲା, ଡେଙ୍ଗି ପିତ୍ତଳ କେମିତି ହେଲା?
ହାଏ-ହାଏ ଏମିତି କେମିତି ହେଲା?
ନହେଲେ ପଛେ ନହେଉ ସିଏ ଭାରି ସୁଧାର
ତା ବିନା ଗୋପ ଲୋ ଦିଶେ ଅନ୍ଧାର
ନହେଲେ ପଛେ ନହେଉ ସିଏ ଭାରି ସୁଧାର
ତା ବିନା ଗୋପ ଲୋ ଦିଶେ ଅନ୍ଧାର
ଗୋକୁଳ କୁଞ୍ଜେ ନ ବାଜିଲେ ତା ପେନ୍ଥି ଘୁଙ୍ଗୁର
ଗୋପୀଙ୍କ ମନ ଲୋ ହୁଏ ଅଧିର
ସେ ତ ରୋହିଣୀ ନଷେତ୍ରେ ଜନମିଲା
ସେ ତ ରୋହିଣୀ ନଷେତ୍ରେ ଜନମିଲା, ଗୋପର ନାଆଁ ପକେଇଦେଲା
ସେ ତ ନନ୍ଦରଜାର ଟିକି ପିଲା
ସେ ତ ଯଶୋଦା ମାଆର ଭାରି ଗେହ୍ଲା
ହାଏ ଏମିତି କେମିତି ହେଲା?
କୁଞ୍ଜ ସାଆନ୍ତାଣୀ, ରାଧା ଗଉଡୁଣି
ମୋହିନୀ ମନ୍ତର ବୋଳିଦେଇ ତାକୁ ପିରତିରେ ବାନ୍ଧିଦେଲା
ହାଏ ଏମିତି କେମିତି ହେଲା?
ହାଏ-ହାଏ ଏମିତି କେମିତି ହେଲା?
ହାଏ ଏମିତି କେମିତି ହେଲା?
ହାଏ-ହାଏ, ହାଏ ଏମିତି କେମିତି ହେଲା?