Elige una pista para reproducir

ତୋ ପାଖରେ ଅଟକିଛି ଏଇ ମୋ ଦୁନିଆଁ
ତୋ ପାଖରେ ଅଟକିଛି ଏଇ ମୋ ଦୁନିଆଁ
ଯୁଆଡେ ମୁଁ ଯାଏ ଖାଲି ତୋ ଛାଇ, ତୋ ଛୁଆଁ
କେବେ ଯଦି ବର୍ଷା ହୁଏ
ମୁ ଟିକେ ଯଦି ଓଦା ହୁଏ
ଲାଗେ ମୋତେ ପାଖରେ ଅଛୁ ତୁ ପ୍ରିୟା
ଲାଗେ ମୋତେ ପାଖରେ ଅଛୁ ତୁ ପ୍ରିୟା
ପ୍ରିୟା
ତୋ ପାଖରୁ ଆରମ୍ଭ
ତୋ ପାଖରେ ସରେ ମୁଁ
ହୋ, ଯଉଠି ଠିକେ ତୋ ପାଖକୁ ନୀତି ଫେରେ ମୁଁ
ତୋ ଆଖିର କାହାଣୀ ମୋ ଆଖିରେ ପଢେ ମୁଁ
ହଁ ପକ୍ଷୀଟେ ହେଇ ତୋ ଆକାଶେ ନୀତି ଆସେ ମୁଁ
କେବେ ଯଦି ଡେଣା ଛିଡେ, ମୁଁ ତଳେ ଯଦି ଖସି ପଡେ
ଦେଖେ ତତେ ମୋ ପାଖରେ ହେଇଛୁ ଠିଆ
ଦେଖେ ତତେ ମୋ ପାଖରେ ହେଇଛୁ ଠିଆ
ପ୍ରିୟା
ତୁ ପଲକ ଖୋଲିଲେ ରାତି ପାହେ ମୋ ପାଇଁ
ତୋ ପାଳକପଡିଲେ ହୁଏ ରେ ରାତି ମୋ ପାଇଁ
ତତେ ଭାବି ସୁଏ ମୁଁ, ତତେ ଭାବି ଉଠେ ମୁଁ
ତତେ ଭାବି-ଭାବି ବାଟରେ ଚାଲେ ଆଉ ଝୁଣ୍ଟେ ମୁଁ
କେବେ ଯଦି ବାଟ ଭୁଲେ
ତୋ ଚାରିପଟେ ଘୁରିବୁଲେ
ମନ ହୁଏ ପାଗଳ ଛାଁ-ଛାଁ
ପ୍ରିୟା