Elige una pista para reproducir

ତମେ କିଛି ଭାବିଥିବ
ମୁଁ କିଛି ଭାବିଥିବି
ତମେ କିଛି ଭାବିଥିବ
ମୁଁ କିଛି ଭାବିଥିବି
ଯଉଁଦିନ ଦେଖାହେବ ତୁମେ ସିନା କହିଦବ
ମୁଁ କି କହିପାରିବି?
ଲାଜରେ ମୁଁ ସରିଯିବି
ହାଏ ଲାଜରେ ମୁଁ ସରିଯିବି
ତମେ କିଛି ଭାବିଥିବ
ମୁଁ କିଛି ଭାବିଥିବି
ତମେ କିଛି ଭାବିଥିବ
ମୁଁ କିଛି ଭାବିଥିବି
ଭଲ ପାଇବାର ମାନେ
ବୁଝିଛି ମୁଁ ଟିକେ ଟିକେ
ହେଲେ ସେ ପ୍ରେମରେ ଅଛି
ଲାଜ ବେଶି ଡ଼ର ଟିକେ
ଭଲ ପାଇବାର ମାନେ
ବୁଝିଛି ମୁଁ ଟିକେ ଟିକେ
ହେଲେ ସେ ପ୍ରେମରେ ଅଛି
ଲାଜ ବେଶି ଡ଼ର ଟିକେ
ତମେ ଚିଠି ଆଣିଥିବ
ମୁଁ ଚିଠି ଆଣିଥିବି
ତମେ ଚିଠି ଆଣିଥିବ
ମୁଁ ଚିଠି ଆଣିଥିବି
ଯଉଁଦିନ ଦେଖାହେବ ତମେ ସିନା ଦେଇଦେବ
ମୁଁ କି ଦେଇପାରିବି?
ଲାଜରେ ଫେରେଇନେବି
ମୁଁ ଲାଜରେ ଫେରେଇନେବି
ତମେ କିଛି ଭାବିଥିବ
ମୁଁ କିଛି ଭାବିଥିବି
ତମେ କିଛି ଭାବିଥିବ
ମୁଁ କିଛି ଭାବିଥିବି
ଏମିତି ବି ପ୍ରେମ କଲେ
କେତେ କଥା ଉଠିଥାଏ
ହସ ସିନା ଲିଭିଯାଏ
ମିଛ ଖାଲି କହିଯାଏ
ଏମିତି ବି ପ୍ରେମ କଲେ
କେତେ କଥା ଉଠିଥାଏ
ହସ ସିନା ଲିଭିଯାଏ
ମିଛ ଖାଲି କହିଯାଏ
ତମେ କିଛି ଶୁଣିଥିବ
ମୁଁ କିଛି ଶୁଣିଥିବି
ତମେ କିଛି ଶୁଣିଥିବ
ମୁଁ କିଛି ଶୁଣିଥିବି
ଯଉଁଦିନ ଚର୍ଚ୍ଚାହବ ତମେ ସିନା ସହିଯିବ
ମୁଁ କି ସହିପାରିବି?
ମେଘପରି ଝରିଯିବି
ମୁଁ ମେଘପରି ଝରିଯିବି
ତମେ କିଛି ଭାବିଥିବ
ମୁଁ କିଛି ଭାବିଥିବି
ତମେ କିଛି ଭାବିଥିବ
ମୁଁ କିଛି ଭାବିଥିବି
ଯଉଁଦିନ ଦେଖାହେବ ତୁମେ ସିନା କହିଦବ
ମୁଁ କି କହିପାରିବି?
ଲାଜରେ ମୁଁ ସରିଯିବି
ହାଏ ଲାଜରେ ମୁଁ ସରିଯିବି
ଲାଜରେ ମୁଁ ସରିଯିବି
ହାଏ ଲାଜରେ ମୁଁ ସରିଯିବି