ମନ ପାରା ରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି
ମନ ପାରା ରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି
ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି
ଏଠି ଘୁମୁରିଲେ କି ଲାଭ ପାଇବୁ ରେ?
ଏଠି ଘୁମୁରିଲେ କି ଲାଭ ପାଇବୁ?
ଗଲାଣି ତୋ ପର ଝଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି
ମନୁଆ କାଳିଆ ମନ ମାରିଦେଇ...
ମନୁଆ କାଳିଆ ମନ ମାରିଦେଇ ମଉନେ ବସିଛି ସେଠି
ମନ କଥା ତୁହି କହିବୁ ବୁଝେଇ...
ମନ କଥା ତୁହି କହିବୁ ବୁଝେଇ, ମନ ରଖିଥିବୁ ତାଠି ରେ
ମନ ରଖିଥିବୁ ତାଠି
ତୋହ ପ୍ରତି ଯେବେ ହେବେ ନିରୀଦୟ ରେ
ତୋହ ପ୍ରତି ଯେବେ ହେବେ ନିରୀଦୟ
ନ ଯିବୁ ସେଠାବ ଛାଡ଼ି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି, ତୁ ଯିବୁ ଉଡ଼ି ଉଡ଼ିକି
ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି
ନରେନ୍ଦ୍ରେ ସ୍ନାହାନ କରିବୁ ରେ ପାରା...
ନରେନ୍ଦ୍ରେ ସ୍ନାହାନ କରିବୁ ରେ ପାରା, ସମୁଦ୍ରରେ ଦେବୁ ବୁଡ଼
ଆନନ୍ଦ ବଜାରେ ବୁଲିଣ ମଜାରେ...
ଆନନ୍ଦ ବଜାରେ ବୁଲିଣ ମଜାରେ ଖାଉଥିବୁ ବେତ ମାଡ଼ ରେ
ଖାଉଥିବୁ ବେତ ମାଡ଼
ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ ରେ
ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ
ଭକ୍ତମୁଖୁ ଥିବ ପଡ଼ି ମନପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି
ତତେ ସେହି ଯେବେ କଥା ନ କହିବେ...
ତତେ ସେହି ଯେବେ କଥା ନ କହିବେ ମୋର ବୋଲ ତୁ କରିବୁ
ବଡ଼ ଦେଉଳର ମୁଖ ଶାଳା ଉପରେ...
ବଡ଼ ଦେଉଳର ମୁଖ ଶାଳା ଉପରେ ମଉନେ ଘୁମୁରୁଥିବୁ ରେ
ମଉନେ ଘୁମୁରୁଥିବୁ
ଜୀବ ଯିବା ବେଳେ ବାଇଶି ପାହାଚେ ରେ
ଜୀବ ଯିବାବେଳେ ବାଇଶି ପାହାଚେ
ଡେଣା ଯୋଡ଼ି ଯିବୁ ଗଡ଼ି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ଉଡ଼ି, ଯିବୁ ଉଡ଼ି ଉଡ଼ିକି
ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି
ଏ ମାୟା ସଂସାର କେହି ନୁହେଁ କା'ର
ଏ ମାୟା ସଂସାର କେହି ନୁହେଁ କା'ର
ମନ ରେ, ଏ ମାୟା ସଂସାର କେହି ନୁହେଁ କା'ର
ମିଛେ ହୁଅନା ରେ ବାଇ
ଲୀଳା ଯାତ୍ରା ଦେଖି ୨୨ ପାହାଚେ
ଲୀଳା ଯାତ୍ରା ଦେଖି ୨୨ ପାହାଚେ
ମରିବା ଭାଗ୍ୟ ଅଟଇ ରେ, ମରିବା ଭାଗ୍ୟ ଅଟଇ
ତୋ ମଡ଼ା କାଠିରେ ଶ୍ରୀବିଷ୍ଣୁ ଭକତେ ରେ
ତୋ ମଡ଼ା କାଠିରେ ଶ୍ରୀବିଷ୍ଣୁ ଭକତେ
ଏ ସୁଯୋଗ ମୋତେ ଛାଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି
ଏଠି ଘୁମୁରିଲେ କି ଲାଭ ପାଇବୁ ରେ?
ଏଠି ଘୁମୁରିଲେ କି ଲାଭ ପାଇବୁ?
ଗଲାଣି ତୋ ପର ଝଡ଼ି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି, ତୁ ଯିବୁ ଉଡ଼ି ଉଡ଼ିକି
ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି
ମନ ପାରା ରେ, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ି
ତୁ ଯିବୁ ଉଡ଼ି ଉଡ଼ି, ତୁ ଯିବୁ ଉଡ଼ି ଉଡ଼ି
ତୁ ଯିବୁ ଉଡ଼ି ଉଡ଼ି ଉଡ଼ି ଉଡ଼ି