
Sencillo / Pista
କୋଠଭୋଗ ଖିଆ, ମୋ ଚକାଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି
ପଣ୍ଡା ପଢ଼ିହାରି କରନ୍ତି ଗୁହାରୀ
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠଭୋଗ ଖିଆ
ତୁଳସୀର ମାଳ, ଦୟଣାର ଚୂଳ
ଉଭା ଘେନି ଦେବଦାସୀ
ଉଭା ଘେନି ଦେବଦାସୀ
ବଡ଼ ସିଂହାରକୁ, ବୁଢ଼ା ସିଂହାରୀ ଯେ
ଉଭା ହୋଇଲେଣି ଆସି
ମଣିମା-ମଣିମା ଡ଼ାକ ପଡୁଅଛି
ଛାମୁ ଦରଶନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠଭୋଗ ଖିଆ
ନିଦା ପଥର ହେ ନିଦକେ ଶୋଇଲ
ଷାଠିଏ ପଉଟି ଖାଇ
ଷାଠିଏ ପଉଟି ଖାଇ
ଅନାଥ ଜଣଙ୍କ ଡ଼ାକ ନ ଶୁଣୁଛ
ଜଗତର ନାଥ ହୋଇ
ଆରତି ବେଳ ଯେ ଗଡ଼ି ଯାଉଅଛି
ଉଠ ହେ ଛପନ ଭୋଗି
ହେବାକୁ ଚନ୍ଦନ ଲାଗି
କୋଠଭୋଗ ଖିଆ
ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ମୁଁ ଜଣେ ପତିତ
କାନ୍ଦି-କାନ୍ଦି ମରେ
ମୋ ଡ଼ାକ କି ଶୁଭୁ ନାହିଁ
ଏଡ଼େ ବଡ଼ ପଣ ବୋହିଅଛ ପ୍ରଭୁ
କୁହ ତେବେ କାହା ଲାଗି
ଉଠ ହେ ପହଡ଼ ଭାଙ୍ଗି