Elige una pista para reproducir
ଫୁଲର ସହରେ ଘରଟେ ତୋଳିଚି
ଫୁଲର ସହରେ ଘରଟେ ତୋଳିଚି
ତୁ ଆସିବୁ ବୋଲି ପ୍ରିୟା, ତୁ ଆସିବୁ ବୋଲି
ହୋ, ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ତୁ ବସିବୁ ବୋଲି ପ୍ରିୟା, ତୁ ବସିବୁ ବୋଲି
ଚାନ୍ଦକୁ କହିଛି ଚାନ୍ଦିନୀ ଦବ
ତାରାକୁ କହିଛି ଗହଣା ହବ
ତୋ ବାଟକୁ ଚାହିଁଚି ଆଖିରୁ ନିଦ ଭୁଲି
ତୁ ଆସିବୁ ବୋଲି ପ୍ରିୟା, ତୁ ଆସିବୁ ବୋଲି
ସପନର ନଈକୂଳେ ବସିଚି ମୁଁ ତତେ ଚାହିଁ
ତୁ ଆସିଲେ, ତୋ କାନରେ
ତୁ ଆସିଲେ ତୋ କାନରେ ମନକଥା ଦେବି ମୁଁ କହି
ମେଘକୁ କହିଚି ବରଷା ଦବ
ଫଗୁଣ ତୋ ଦେହେ ରଙ୍ଗ ଢ଼ାଳିବ
ମୁଁ ସଜେଇ ରହିଛି ଗୋଲାପ, ହେନା, ମଲ୍ଲି
ତୁ ଆସିବୁ ବୋଲି ପ୍ରିୟା, ତୁ ଆସିବୁ ବୋଲି
ଯେଉଁ ଦିନ ତୁ ଆସିବୁ ପାଦରେ ଅଳତା ନାଇ
ମୋ ଜୀବନେ, ଭରିଯିବ
ମୋ ଜୀବନେ ଭରିଯିବ ଅସରନ୍ତି ସୁଖର ଛାଇ
ଭଅଁର ତୋ ପାଇଁ ଗୀତ ଗାଇବ
ଅଳସ ନିଦରେ ଶୁଆଇ ଦବ
ମୁଁ ଚାହିଁଛି ତୋ ପାଇଁ ମନ ଦରଜା ଖୋଲି
ତୁ ଆସିବୁ ବୋଲି ପ୍ରିୟା, ତୁ ଆସିବୁ ବୋଲି
ଫୁଲର ସହରେ ଘରଟେ ତୋଳିଚି
ଫୁଲର ସହରେ ଘରଟେ ତୋଳିଚି
ତୁ ଆସିବୁ ବୋଲି ପ୍ରିୟା, ତୁ ଆସିବୁ ବୋଲି
ହୋ, ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ତୁ ବସିବୁ ବୋଲି ପ୍ରିୟା, ତୁ ବସିବୁ ବୋଲି
ଚାନ୍ଦକୁ କହିଛି ଚାନ୍ଦିନୀ ଦବ
ତାରାକୁ କହିଛି ଗହଣା ହବ
ତୋ ବାଟକୁ ଚାହିଁଚି ଆଖିରୁ ନିଦ ଭୁଲି
ତୁ ଆସିବୁ ବୋଲି ପ୍ରିୟା, ତୁ ଆସିବୁ ବୋଲି
ହୋ, ତୁ ଆସିବୁ ବୋଲି ପ୍ରିୟା, ତୁ ଆସିବୁ ବୋଲି