ଜଗବନ୍ଧୁ ହେ-ଏ
ଜଗବନ୍ଧୁ ହେ ଗୋସାଇଁ-ଇ
ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀଚରଣ ବିନୁ, ଅନ୍ୟ ଗତି ନାହିଁ
ତୁମ୍ଭ ଶ୍ରୀଚରଣ ବିନୁ, ଅନ୍ୟ ଗତି ନାହିଁ
ଜଗବନ୍ଧୁ ହେ ଗୋସାଇଁ-ଇ
ଜଗବନ୍ଧୁ ହେ ଗୋସାଇଁ
ରଥ ଚାରିପାଶେ ଲମ୍ବେ ମୁକୁତାର ଝରା
ଝଲ ମଲ ଦିଶୁଥାଇ, ପ୍ରଭୁ ଚକାଡ଼ୋଳା
ରଥ ଚାରିପାଶେ ଲମ୍ବେ ମୁକୁତାର ଝରା
ଝଲ ମଲ ଦିଶୁଥାଇ, ପ୍ରଭୁ ଚକାଡ଼ୋଳା
ଜଗବନ୍ଧୁ ହେ ଗୋସାଇଁ-ଇ
ଜଗବନ୍ଧୁ ହେ ଗୋସାଇଁ
ଆଗେ ଚଳେ ବଳଭଦ୍ର, ମଧେ ଚାନ୍ଦମମୁହଁରେ
ପଛେ ଆସୁଛି କାଳିଆ, ଗହଳ ଲଗାଇରେ
ଆଗେ ଚଳେ ବଳଭଦ୍ର, ମଧେ ଚାନ୍ଦମମୁହଁରେ
ପଛେ ଆସୁଛି କାଳିଆ, ଗହଳ ଲଗାଇରେ
ଜଗବନ୍ଧୁ ହେ ଗୋସାଇଁ-ଇ
ଜଗବନ୍ଧୁ ହେ ଗୋସାଇଁ
ସାତସପଞ୍ଚାଶ କୋଷ ଚାଲି ନପାରଇ
ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି
ସାତସପଞ୍ଚାଶ କୋଷ ଚାଲି ନପାରଇ
ମୋହ ଯିବା ଯାଏ ନନ୍ଦିଘୋଷେ ଥିବରହି
ମୋହ ଯିବା ଯାଏ ନନ୍ଦିଘୋଷେ ଥିବରହି
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ