Elige una pista para reproducir
ଆ.ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ହାରିଲି କେତେ ଜିତିଲି କେତେ
ହିସାବ ନିକାସ ଲୋଡ଼ାନାଇଁ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ଆଜି ମୋ କେହି ନିଜର ହୋଇ
ନାହିଁ କେ ବନ୍ଧୁ ଭାଇ
ତଥାପି କାହିଁ ପାରୁନି ଭୁଲି
ଥିଲେ ମୋ ବୋଲି କେହି
ହରାଇ ମୋର ଗୋଟିଏ ଗୋଡ଼
ଚାଲୁଚି ପଙ୍ଗୁ ହୋଇ
ଅନେକ ଦୂର ଅନ୍ଧାରେ ମୋର
ଯିବାକୁ ଅଛିରେ ଭାଇ
ମୋ ଯିବା ପଥେ ଥରେ କେ ମୋତେ
ହୋ.
ମୋ ଯିବା ପଥେ ଥରେ କେ ମୋତେ
ମିଳାଇ ଦିଅ ଭାଇ ଭାଇ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ଆରେ ଛଳିଆ ଜଗା କାଳିଆ
କେତେ ଯୁଗରୁ ତୁହି
ଆନନ୍ଦେ ହସି ରହିବୁ ବସି
ସଙ୍ଗରେ ଧରି ଭାଇ
କହରେ କିଆଁ ଲାଗେନା ନିଆଁ
ଲାଗେନା ତୁମ କଳି
ନ ଲାଗୁ ବୋଲି ତୁମର କଳି
ହାତ କି ଦେଲୁ ବଳି
ଏଥିପାଇଁ ଯଦି ତୋ ହାତ ନାଇଁ
ହୋ.
ଏଥିପାଇଁ ଯଦି ତୋ ହାତ ନାଇଁ
କାଟି ଦେ ମୋର ହାତ ଦୁଇ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ହାରିଲି କେତେ ଜିତିଲି କେତେ
ହିସାବ ନିକାସ ଲୋଡ଼ାନାଇଁ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ହଁ ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ