Elige una pista para reproducir
ରହିଗଲି ଆସି ଯେବେ ତୋ ସହରେ
ହଜିଗଲା ମନ କାଇଁ ତୋ ପାଖରେ?
ତୁ ମତେ ଚାହିଁ ଦେଇକି ଲୁଚିଯାଉ କାହିଁ?
ରହିଗଲି ଆସି ଯେବେ ତୋ ସହରେ
ହଜିଗଲା ମନ କାଇଁ ତୋ ପାଖରେ?
ତୁ ମତେ ଚାହିଁ ଦେଇକି ଲୁଚିଯାଉ କାହିଁ?
ମତେ ଦେଖି ଯଦି କିଛି ହଉ ନାହିଁ
କାହିଁକି ତୁ ଇଶାରା ଦଉ? ହାଏ
ସବୁ ଦିନ ଆସି ମୋ ବାଟ ଜଗି ସତରେ ତୁ କଣ ପାଉ?
ଲାଗୁଛି ତୁ, ତୁ, ତୁ ମୋ ପ୍ରେମରେ ଅଛୁ
ମିଛରେ ନା, ନା, ନା କହି ଚାଲି ଯାଉଛୁ
ଲାଗୁଛି ତୁ, ତୁ, ତୁ ମୋ ପ୍ରେମରେ ଅଛୁ
ମିଛରେ ନା, ନା, ନା କହି ଚାଲି ଯାଉଛୁ
ଋତୁଠାରୁ ବେଶୀ ତୁ ଯେ ଚଞ୍ଚଳ, ଫୁଲଠାରୁ ମନଲୋଭା
ତୁ ଖାଲି ବାସୁଛୁ ମୋ ମହକ ନେଇ, ଆ ଟିକେ କଥା ହବା
ତୁ ଲାଜର ବନ୍ୟା, ତୁ ଅଳସ କନ୍ୟା
ଯେବେ ଧୀରେ ବହି ଯାଉଛୁ, ହାଏ
ନ ହେଇବି ମୋର ହେଲୁ ତୁ ନିଜର, ଜୀବନ ମୋ ହେଇ ସାରିଛୁ
ଲାଗୁଛି ତୁ, ତୁ, ତୁ ମୋ ପ୍ରେମରେ ଅଛୁ
ମିଛରେ ନା, ନା, ନା କହି ଚାଲି ଯାଉଛୁ
ଲାଗୁଛି ତୁ, ତୁ, ତୁ ମୋ ପ୍ରେମରେ ଅଛୁ
ମିଛରେ ନା, ନା, ନା କହି ଚାଲି ଯାଉଛୁ
କେତେ ଦିନ ଆଉ ଏମିତି ଚାଲିବ? କେତେ ରାତି ଉଜାଗର
ଡାକିନେଇ ମତେ କେମିତି ଜାଳୁଚୁ ତୋ ପରି ତୋ ସହର
ଦିଏ ମିଠା କଷ୍ଟ ଏମିତି ଏ ବାଟ
ମୋ ଠିକଣା ହେଇ ଯାଇଛୁ
ଆଖି କଥା ଆଖି ପାରିଲାନି ଫାଙ୍କି, ସେଇ କଥା କହି ଦଉଛୁ
ଲାଗୁଛି ତୁ, ତୁ, ତୁ ମୋ ପ୍ରେମରେ ଅଛୁ
ମିଛରେ ନା, ନା, ନା କହି ଚାଲି ଯାଉଛୁ
ଲାଗୁଛି ତୁ, ତୁ, ତୁ ମୋ ପ୍ରେମରେ ଅଛୁ
ମିଛରେ ନା, ନା, ନା କହି ଚାଲି ଯାଉଛୁ