Elige una pista para reproducir
ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତିରେ
ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତିରେ
ତୁ କହିଲେ ସଞ୍ଜ ଆସିବ, ତୁ କହିଲେ ସକାଳ ହବ
ସୁରୁଜ ଉଇଁବ ରାତିରେ
ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତିରେ, ଏ ଜୀବନ ଯାଉ ବିତିରେ
ପାଖେ ଥାଇ ଜଣେ ଲାଗୁଥିଲା, ପରଦେଶୀ ପରି ଅଜଣା
ଆଜି ଲାଗେ ମତେ କେହି ଜଣେ ଅଛି, ନିଜ ଠାରୁ ବେଶି ଆପଣା
ଯାଦୁକର ତୁ ଯାଦୁ କଲୁ, ହେଇ ଗଲି ତୋର ବନ୍ଦୀନୀ
ତୁ ନ ଆସିଲେ, ତତେ ନ ଦେଖିଲେ, ଦେହ ଜାଳି ଦିଏ ଚାନ୍ଦିନୀ
ତୋ ପାଇଁ ସାଥିରେ, ଘର କଲି ମୋ ଛାତିରେ
ତୋ ପାଇଁ ସାଥିରେ, ଘର କଲି ମୋ ଛାତିରେ
ତୁ କହିଲେ ମେଘ ଆସିବ, ସେ ମେଘରେ ମୋତି ଝରିବ
ଇନ୍ଦ୍ରଧନୁ ଥିବ ରାତିରେ
ତୋ ଓଃ ପାଇଁ ସାଥିରେ, ଏ ଜୀବନ ଯାଉ ବିତିରେ, ଏ ଜୀବନ ଯାଉ ବିତିରେ
ଆଜିକାଲି ଆଉ ମେଘ ବରଷୁନି, ଫୁଲ ବରଷୁଛି ଶ୍ରାବଣ
ଏତେ ଫୁଲ ନେଇ, ତୁ ତ ଆସିଲୁ, ସବୁ ରତୁ ହେଲା ଫଗୁଣ
ଚାଲୁଚାଲୁ ଯଦି ରାତି ଆସେ, ମୁଁ ଜହ୍ନ ହେଇ ଉଇଁବି
ଚାଲିବା ବାଟରେ, ଥୁବ ଯଦି କଣ୍ଟା, ମୁଁ ଆଗେ ପାଦ ଥୋଇବି
ତୋ ପାଇଁ ସାଥିରେ, ମୁଁ ଯାଇଛି ବାଜି ଜିତିରେ
ତୋ ପାଇଁ ସାଥିରେ, ମୁଁ ଯାଇଛି ବାଜି ଜିତିରେ
ତୁ ଚାଲିଲୁ ଯେବେ ସାଥିରେ, ମୁଁ ଜଳୁଛି ସବୁ ରାତିରେ
ଶୀତଳ ଚନ୍ଦନ ତାତିରେ
ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତିରେ
ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତିରେ