Elige una pista para reproducir
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲ ପାଇବୁ ନାହିଁ
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲ ପାଇବୁ ନାହିଁ
ଭୋକ ହଉଥିଲେ ଖାଇ ପାରିବୁନି
ନିଦ ଲାଗୁଥିଲେ ଶୋଇପାରିବୁନି
ଯେତେ ଭାବୁଥିଲେ କଥା ସରିବନି
ଯେତେ ବାଧୁଥିଲେ କହି ପାରିବୁନି
ଭଲପାଇ ମୋ ପରି, ଭଲପାଇ ମୋ ପରି ହୋଇବୁ ନାହିଁ
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲ ପାଇବୁ ନାହିଁ
ବଞ୍ଚିବାର ମାନେତ ଭଲ ପାଇବା
ବେଶି ଭଲ ପାଇବାରେ ଅଡୁଆ
ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼
ଭାଙ୍ଗିଯାଏ ସପନର କୁଡ଼ିଆ
ବଞ୍ଚିବାର ମାନେତ ଭଲ ପାଇବା
ବେଶି ଭଲ ପାଇବାରେ ଅଡୁଆ
ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼
ଭାଙ୍ଗିଯାଏ ସପନର କୁଡ଼ିଆ
ଦୋଷ ଦେଖୁଥିଲେ ନିନ୍ଦି ପାରିବୁନି
ଲୁହ ଆସୁଥିଲେ କାନ୍ଦି ପାରିବୁନି
ଜଳି ମରୁଥିବୁ ଭୁଲି ପାରିବୁନି
ବିଷ ଧରିଥିବୁ ପିଇ ପାରିବୁନି
ଭଲପାଇ ମୋ ପରି, ଭଲପାଇ ମୋ ପରି ହୋଇବୁ ନାହିଁ
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲ ପାଇବୁ ନାହିଁ
ଜୀବନର ମାନେତ ମହାନାଟକ
ଅଭିନୟ କରିବୁନି କାହିଁକି?
ପ୍ରେମ ଏକ କାହାଣୀ ଭାରି ପୁରୁଣା
ଚଢ଼େଇଲୋ ତତେ ଜଣା ନାହିଁକି?
ଜୀବନର ମାନେତ ମହାନାଟକ
ଅଭିନୟ କରିବୁନି କାହିଁକି?
ପ୍ରେମ ଏକ କାହାଣୀ ଭାରି ପୁରୁଣା
ଚଢ଼େଇଲୋ ତତେ ଜଣା ନାହିଁକି?
ଗଛ ପାଉଥିବୁ ବସା ବାନ୍ଧିବୁନି
ଉଡ଼ିଯାଉଥିବୁ ମନ ଛନ୍ଦିବୁନି
ନଈ ଦେଖୁଥିବୁ ଦେହ ଧୋଇବୁନି
ଫାସ ଦେଖୁଥିବୁ ପାଦ ଥୋଇବୁନି
ଭଲପାଇ ମୋ ପରି, ଭଲପାଇ ମୋ ପରି ହୋଇବୁ ନାହିଁ
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲ ପାଇବୁ ନାହିଁ
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲ ପାଇବୁ ନାହିଁ
ଭୋକ ହଉଥିଲେ ଖାଇ ପାରିବୁନି
ନିଦ ଲାଗୁଥିଲେ ଶୋଇପାରିବୁନି
ଯେତେ ଭାବୁଥିଲେ କଥା ସରିବନି
ଯେତେ ବାଧୁଥିଲେ କହି ପାରିବୁନି
ଭଲପାଇ ମୋ ପରି, ଭଲପାଇ ମୋ ପରି ହୋଇବୁ ନାହିଁ
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲ ପାଇବୁ ନାହିଁ