Elige una pista para reproducir
ମେଘକୁ ଆଡେଇ ଜହ୍ନ ଉଙ୍କି ମାରେ
ତମକୁ ଦେଖିବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଫୁଲକୁ ଏଡେଇ ପ୍ରଜାପତି ଉଡେ
ତମକୁ ଛୁଇଁବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ତୁମ ପାଇଁ ହାଏ ଏ ପୃଥିବୀ ନୁହେଁ
ଆଉ କେଉଁ ଦୁନିଆଁରେ ତୋଳିବି ଘର
ହୋ, ତୁମ ପାଇଁ ହାଏ ଏ ପୃଥିବୀ ନୁହେଁ
ଆଉ କେଉଁ ଦୁନିଆଁରେ ତୋଳିବି ଘର
ଯଦି କେହି ଚାହେଁ ତୁମକୁ ଟିକିଏ
କାହିଁକି ଯେ ଲୁହ ଝରେ ଆଖିରୁ ମୋର
ବାଟ ଭୁଲିଯାଇ ଅଟକେ ବାଟୋଇ
ପଦେ କଥା ହବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
କହିବାକୁ ଚାହିଁ କହିପାରି ନାହିଁ
ଆଜିଯାଏଁ ଯଉ କଥା ମନରେ ଅଛି
ହୋ, କହିବାକୁ ଚାହିଁ କହିପାରି ନାହିଁ
ଆଜିଯାଏଁ ଯଉ କଥା ମନରେ ଅଛି
କହିଦେଲେ କାଳେ ଭୁଲ ହେଇ ପାରେ
ହେଲେ ଆଜି କହିଦେଲି ଭଲ ପାଉଛି
ଭିଜେଇବ ବୋଲି ଅଦିନିଆ ବର୍ଷା
ଆସିଛି ତୁମରି ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ମେଘକୁ ଆଡେଇ ଜହ୍ନ ଉଙ୍କି ମାରେ
ତମକୁ ଦେଖିବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଫୁଲକୁ ଏଡେଇ ପ୍ରଜାପତି ଉଡେ
ତମକୁ ଛୁଇଁବା ପାଇଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ
ଝରକା ଖୋଲ ନାହିଁ