Elige una pista para reproducir
ଆଜିବି ମୋ ଛାତି ତଳେ
ସ୍ମୃତି ତୋର ବଞ୍ଚିଛି
ଜଳି-ଜଳି ମରୁଛି ମୁଁ
କିଏ ଅବା ଦେଖୁଛି
ଆଜିବି ମୋ ଛାତି ତଳେ
ସ୍ମୃତି ତୋର ବଞ୍ଚିଛି
ଜଳି-ଜଳି ମରୁଛି ମୁଁ
କିଏ ଅବା ଦେଖୁଛି
କେମିତି ବା ବୁଝିବୁ ତୁ
କେମିତି ମୁଁ ଜିଉଁଛି
ଅଭିନୟ କରୁ-କରୁ
ନିଜ ପାଖେ ହାରୁଛି
ପିନ୍ଧିଲୁ ତୁ ସିନ୍ଦୂର, ହେଲୁ ଆଉ କାହାର
ଦେହ ସିନା କାହାର, ମନ ପରା ତୋର
ରାତି, ଦିନ ତତେ ମୁଁ ଝୁରି ମରୁଛି
ତୋ କଥା ଆଜି ବେଶି ମନେ ପଡୁଛି
ତୋ କଥା ଆଜି ବେଶି ମନେ ପଡୁଛି
ମୋ ମନେ ପଡୁଛି (ମୋ ମନେ ପଡୁଛି)
ତୁ ଫରିବୁ ବୋଲି ମୋ ମନ କହୁଛି
ତୋ ବାଟକୁ ଚାହିଁ ମୋ ଦିନ ସରୁଛି
ଏ ସମୟ ଆଜି ସବୁ ସାରି ଦେଇଛି
ମୁଁ ଯେତେ ଚାହିଁଲେ କି ଫେରି ପାରୁଛି
ହୋ ଜଳୁ ପଛେ ମୋ ମନ, ହସୁ ତୋର ଜୀବନ
ତୋ ପ୍ରେମକୁ ଖୋଜୁଛି ଆଜି ବି ମୋ ସ୍ପନ୍ଦନ
ଯୁଆଡ଼କୁ ଚାହିଁଲେ ମୁଁ ତତେ ଦେଖୁଛି
ତୋ କଥା ଆଜି ବେଶି ମନେ ପଡୁଛି
ତୋ କଥା ଆଜି ବେଶି ମନେ ପଡୁଛି
ମୋ ମନେ ପଡୁଛି (ମୋ ମନେ ପଡୁଛି)
ଆ ଦେଖିଯା ଥରେ ମୁଁ କେମିତି ଅଛି
ତୋ ପାଇଁ ହୃଦୟ ମୋ ନିତି ଜଳୁଛି
ଏ ଆଖି କାନ୍ଦୁନି ମୋ ଆତ୍ମା କାନ୍ଦୁଛି
ମଧୁଶାଳାରେ ମୋ ଦୁଃଖ ବାଣ୍ଟୁଛି
ଏମିତି ତୁ କହିଲେ କେମିତି ମୁଁ ବଞ୍ଚିବି
ହୋ ଏତେ ଲୁହ ଆଖିରେ କେମିତି ମୁଁ ହସିବି
କାନ୍ଦି-କାନ୍ଦି ସାରା ରାତି ସରିଯାଉଛି
ତୋ କଥା ଆଜି ବେଶି ମନେ ପଡୁଛି
ତୋ କଥା ଆଜି ବେଶି ମନେ ପଡୁଛି
ମୋ ମନେ ପଡୁଛି (ମୋ ମନେ ପଡୁଛି)