Elige una pista para reproducir
ଖରା ମା ଖରୀ ଦେ, ଚନ୍ଦନ କୋଠା ଘରେଇ ଦେ
ଖୁସିକୁ ମୋ ହସେଇ ଦେ, ଦୁଃଖ ସବୁ ଭୁଲେଇ ଦେ
ଖୁସି ମୋର ହସିବ, ଦୁଃଖ ସବୁ ଭୁଲିବ
ଖୁସି ମୋର ହସିବ, ଦୁଃଖ ସବୁ ଭୁଲିବ
ଟିକେ ହସିଦେଲେ ଖୁସି ଫୁଲ ଫୁଟିବ
ନହସିଲେ ନଈ ପାଣି ଚହଲିଯିବ, ହଁ, ଚହଲିଯିବ
ଖୁସି ମୋର ହସିବ, ଦୁଃଖ ସବୁ ଭୁଲିବ
କୋଇଲିର କୁହୁକୁହୁ ଗୀତ ଶୁଣିବା
ସୁଲୁସୁଲିଆ ପବନରେ ଆମେ ବୁଲିବା
କୋଇଲିର କୁହୁକୁହୁ ଗୀତ ଶୁଣିବା
ସୁଲୁସୁଲିଆ ପବନରେ ଆମେ ବୁଲିବା
ଠିଆ ପୁଚି ନାରଙ୍ଗ, ଗୋଡ ଦିଟା ସାରଙ୍ଗ
ଠିଆ ପୁଚି ନାରଙ୍ଗ, ଗୋଡ ଦିଟା ସାରଙ୍ଗ
ଖୁସି ମୋର ରୁଷିଛି, ମନ ମାରି ବସିଛି
ଖୁସି ମୋର ହସିବ, ଦୁଃଖ ସବୁ ଭୁଲିବ
ଖୁସି ମୋର ହସିବ, ଦୁଃଖ ସବୁ ଭୁଲିବ
ଅଙ୍କାବଙ୍କା ନଈ ଯାଏ ବହୁ ଦୂରକୁ
ତୋର ମୋର ସାଙ୍ଗ ସାଥି କାଳ କାଳକୁ
ଅଙ୍କାବଙ୍କା ନଈ ଯାଏ ବହୁ ଦୂରକୁ
ତୋର ମୋର ସାଙ୍ଗ ସାଥି କାଳ କାଳକୁ
ଚକା-ଚକା ଭଉଁରୀ ମାମୁଁ ଘର ଚଉଁରୀ
ଚକା-ଚକା ଭଉଁରୀ ମାମୁଁ ଘର ଚଉଁରୀ
ଖୁସି ମୋର ହସିବ, ମଲ୍ଲି ଫୁଲ ଫୁଟିବ
ଖୁସି ମୋର ହସିବ, ଦୁଃଖ ସବୁ ଭୁଲିବ
ଖୁସି ମୋର ହସିବ, ଦୁଃଖ ସବୁ ଭୁଲିବ
ଟିକେ ହସିଦେଲେ ଖୁସି ଫୁଲ ଫୁଟିବ
ନହସିଲେ ନଈ ପାଣି ଚହଲିଯିବ, ହଁ, ଚହଲିଯିବ
ଖୁସି ମୋର ହସିବ, ଦୁଃଖ ସବୁ ଭୁଲିବ