Elige una pista para reproducir
ମନର ଦେଶରେ ପ୍ରେମର ସହର
ପ୍ରେମର ସହରେ ଛୋଟ ଗୋଟେ ଘର
ସେ ଘର ଆଗରେ ଲେଖା ଦୁଇଗୋଟି ନାମ
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର
ମନର ଦେଶରେ ପ୍ରେମର ସହର
ପ୍ରେମର ସହରେ ଛୋଟ ଗୋଟେ ଘର
ସେ ଘର ଆଗରେ ଲେଖା କୁହ କାହା ନାମ?
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର
ଶୁଣିଛି ମୁଁ ପ୍ରେମ କାଳେ ଦୁନିଆଠୁ ବଡ଼
ଆମେ କିଆଁ ତଳୁଥିବା ଛୋଟ ଗୋଟେ ଘର?
ଏ ଆକାଶ ଛାତ ଆମ ଦୁନିଆଟା ଘର
ସଭିଏଁ ତ ନିଜ ଆମ କେହି ନାହିଁ ପର
ସବୁଜ ଏ ବନେ ନୀଳ ପରବତ
ନୀଳ ପରବତେ ଧୂସର ପଥର
ସେଇ ପଥରେ ଲେଖାଥାଉ ଦୁଇଗୋଟି ନାମ
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର
ମୋ ମନର ନାୟିକା ମିଳିଗଲା ବୋଲି
ଜୀବନକୁ ସପନର ହାତେ ବିକିଦେଲି
ଏ ଟିକିଲି ବଦଳରେ କପାଳରେ ତୋର
ନିଜ ହାତେ ଭରିଦେବି ସୁହାଗ ସିନ୍ଦୁର
ଲେଖୁ ଏ ଦୁନିଆ ଆମ ଏ କାହାଣୀ
କାହାଣୀରେ ଜିଇଁରହୁ ଏ ଚାହାଣି
ଏ ଚାହାଣି ପଛେ ଅଛି ଗୋଟିଏ ସପନ
ଯେଉଁଟି ତୁମର ସେଇଟି ମୋହର
ଯେଉଁଟି ତୁମର ସେଇଟି ମୋହର
ମନର ଦେଶରେ ପ୍ରେମର ସହର
ପ୍ରେମର ସହରେ ଛୋଟ ଗୋଟେ ଘର
ସେ ଘର ଆଗରେ ଲେଖା ଦୁଇଗୋଟି ନାମ
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର