କୋଠ ଭୋଗଖିଆ
କୋଠ ଭୋଗଖିଆ, ମୋ ଚକା ଆଖିଆ
କୋଠ ଭୋଗଖିଆ, ମୋ ଚକା ଆଖିଆ
ଉଠ ହେ ପହଡ ଭାଙ୍ଗି
ଉଠ ହେ ପହଡ ଭାଙ୍ଗି
ପଣ୍ଡା, ପଢ଼ିହାରି କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗଖିଆ
ନିଦା ପଥର ହେ ନିଦକେ ଶୋଇଲ
ଷାଠିଏ ପଉଟି ଖାଇ
ଷାଠିଏ ପଉଟି ଖାଇ
ଅନାଥ ଜନଙ୍କ ଡ଼ାକ ନ ଶୁଣୁଛ
ଅନାଥ ଜନଙ୍କ ଡ଼ାକ ନ ଶୁଣୁଛ
ଜଗତର ନାଥ ହୋଇ
ଆରତୀ ବେଳ ଯେ ଗଡ଼ି ଯାଉଅଛି
ଉଠ ହେ ଛପନ ଭୋଗୀ
ହେବାକୁ ଚନ୍ଦନ ଲାଗି
କୋଠ ଭୋଗଖିଆ
ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ମୁଁ ଜଣେ ପତିତ, କାନ୍ଦି-କାନ୍ଦି ମରେ
ମୁଁ ଜଣେ ପତିତ, କାନ୍ଦି-କାନ୍ଦି ମରେ
ମୋ ଡ଼ାକ କି ଶୁଭୁନାହିଁ?
ଏଡ଼େ ବଡ଼ପଣ ବୋହିଅଛ ପ୍ରଭୁ
କୁହ ତେବେ କାହା ଲାଗି?
ହେବାକୁ ଚନ୍ଦନ ଲାଗି
କୋଠ ଭୋଗଖିଆ, ମୋ ଚକା ଆଖିଆ
ଉଠ ହେ ପହଡ ଭାଙ୍ଗି
ଉଠ ହେ ପହଡ ଭାଙ୍ଗି
ପଣ୍ଡା, ପଢ଼ିହାରି କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗଖିଆ
କୋଠ ଭୋଗଖିଆ, ମୋ ଚକା ଆଖିଆ
ଉଠ ହେ ପହଡ ଭାଙ୍ଗି
ଉଠ ହେ ପହଡ ଭାଙ୍ଗି