
Sencillo / Pista
ଆକାଶରେ ତାରା ଯେତେ
ସାଗରରେ ପାଣି ଯେତେ
ଆକାଶରେ ତାରା ଯେତେ
ସାଗରରେ ପାଣି ଯେତେ
ଈଶ୍ୱରଙ୍କୁ ବିଶ୍ୱାସ ଯେତେ
ଛାତିରେ ନିଶ୍ୱାସ ଯେତେ
ହଁ ସେତେ, ହଁ ସେତେ, ହଁ ସେତେ
ମୁଁ କହିପାରିବିନି ତତେ, ଭଲ ପାଉଛି କେତେ
ମୁଁ କହିପାରିବିନି ତତେ, ଭଲ ପାଉଛି କେତେ
ଶ୍ରାବଣରେ ମେଘ ଯେତେ
ଫଗୁଣରେ ରଙ୍ଗ ଯେତେ
ଆଖିକୁ ଭରସା ଯେତେ
ଜୀବନ ନିଜର ଯେତେ
ହଁ ସେତେ, ହଁ ସେତେ, ହଁ ସେତେ
ମୁଁ କହିପାରିବିନି ତତେ, ଭଲ ପାଉଛି କେତେ
ମୁଁ କହିପାରିବିନି ତତେ, ଭଲ ପାଉଛି କେତେ
ତୋ ପରି ମୁଁ ନଥିଲି ତ ଭଲ
ଦେଖି ତୋର ଗୁଣ ସବୁ ଭଲ
ମୁଁ ବାଧ୍ୟ ହେଲି ପାଇବାକୁ ଭଲ
ଯେବେଠାରୁ ଦେଖିଛି ମୁଁ ତତେ
ସେବେଠୁ ଭଲ ପାଇଛି ତତେ
ଜୀବନ ମୁଁ ଦେଇଦେବି ତତେ
ଫୁଲରେ ମହକ ଯେତେ
ଜହ୍ନରେ ଚମକ ଯେତେ
ହଁ ସେତେ, ହଁ ସେତେ, ହଁ ସେତେ
ମୁଁ କହିପାରିବିନି ତତେ, ଭଲ ପାଉଛି କେତେ
ମୁଁ କହିପାରିବିନି ତତେ, ଭଲ ପାଉଛି କେତେ
ସା-ରେ-ରେ-ରେ-ଗା-ଗା-ଗା-ମା-ପା-ମା-ଗା-ରେ-ସା
ସା-ରେ-ରେ-ରେ-ଗା-ଗା-ଗା-ମା-ପା-ମା-ଗା-ରେ-ସା
ନି-ରେ-ରେ-ରେ-ଗା-ଗା-ମା-ପା-ଧା-ମା-ଧା-ମା-ଧା-ରେ-ସା
ଗୋଟେ ବୋଲି ଥିଲା ମୋର ମନ
ତୁ ନେଇଗଲୁ ଯେବେ ସେଇ ମନ
ମୋ ପାଖରେ ନାହିଁ ମୋର ମନ
ହୋ, ସେଇ ଦେଖା ଚାହାଁ ସେଇ କଥା
ଆଜି ନୂଆ କାଇଁ ଲାଗେ ସବୁ କଥା
ଏବେ ଦୁଇଟି ଓଠରେ ଗୋଟେ କଥା
ମନ୍ଦିର ପବିତ୍ର ଯେତେ
ଶିଶୁ ମନ କୋମଳ ଯେତେ
ହଁ ସେତେ, ହଁ ସେତେ, ହଁ ସେତେ
ମୁଁ କହିପାରିବିନି ତତେ, ଭଲ ପାଉଛି କେତେ
ମୁଁ କହିପାରିବିନି ତତେ, ଭଲ ପାଉଛି କେତେ
ମୁଁ କହିପାରିବିନି ତତେ, ଭଲ ପାଉଛି କେତେ