Elige una pista para reproducir
ସ୍ମୃତିର ପ୍ରଜାପତି ପକ୍ଷ ମେଲୁଛି
ଭାବର ସିନ୍ଦୁକରୁ ଉଭାରିବା ପାଇଁ
ରେଣୁମୟ ସେ ଝଲକେ ଜାଗିଯାଏ ଅତୀତ
ଛୁପିଥିବା ହସ ବ୍ୟଥା ହୁଏ ସବୁ ଅନାବୃତ
ସ୍ମୃତିର ପ୍ରଜାପତି ପକ୍ଷ ମେଲୁଛି
ଭାବର ସିନ୍ଦୁକରୁ ଉଭାରିବା ପାଇଁ
କାଶତଣ୍ଡୀ ବଣପରେ ମଧୁକିରଣ
ବିହଙ୍ଗମ ପ୍ରତିଛାୟା ପୁଷ୍କରିଣୀରେ
ପାଦେ ଆମେ ଜଳରେ ଉର୍ମି ତୋଳିବାର
ଲତାମୟ ନିକୁଞ୍ଜରୁ ଜହ୍ନ ଖୋଜିବାର
ସ୍ମୃତିର ପ୍ରଜାପତି ପକ୍ଷ ମେଲୁଛି
ଭାବର ସିନ୍ଦୁକରୁ ଉଭାରିବା ପାଇଁ
ନିଦାଘର ତାତିତଳେ ଉପବନେ ଛାଇନିଦ
ଘୁର୍ଣ୍ଣିବାୟୁ ଧୂଳି ମଧ୍ୟେ ଆଶଙ୍କାର ଭରା ଚିତ୍ତ
ପରସ୍ପର ହାତଧରି ବିଜୁଳି ରୁ ଲୁଚିବାର
ଅଶ୍ୱତ୍ଥ ଓହଳେ ବସି ବର୍ଷାଘନ ଦେଖିବାର
ସ୍ମୃତିର ପ୍ରଜାପତି ପକ୍ଷ ମେଲୁଛି
ଭାବର ସିନ୍ଦୁକରୁ ଉଭାରିବା ପାଇଁ