Sencillo / Pista
ବୁନ୍ଦା ବୁନ୍ଦା ମନ ଆଖିରୁ ନିଗାଡ଼ି
ନିଜ ଭାବି କହେ ତତେ ମୁଁ
ହାତ ପକା ରେ ପୁଣି କାନ୍ଧରେ
କାଇଁ ରୁଷିଛୁ ଛୋଟ କଥାରେ?
ସ୍ମୃତିକୁ ଆଉଁସି ଦେଲି ଯେବେ
ପକ୍ଷୀଟେ ହେଇ ଯେବେ ଉଡ଼ିଯାଏ ତୋ ପାଖେ
ସ୍ମୃତିକୁ ଆଉଁସି ଦେଲି ଯେବେ
ପକ୍ଷୀଟେ ହେଇ ଯେବେ ଉଡ଼ିଯାଏ ତୋ ପାଖେ
School କାନ୍ଥରେ ଗାରେଇ ଥିଲେ କରିବାକୁ ଆମେ ରାଜୁତି
ବେତ ମାଡରେ ନଳା ଫାଟିଛି, ଦେହ ସାରା ଆମ ଜ୍ୟାମିତି
Rough ଖାତାର କାଗଜ ଚିରି ତୋ ନାଁରେ rocket ଇଡେଇଛି
ବୀଜଗଣିତ ତ୍ରିକୋଣମିତି ତୋ ଆଖିରୁ ଟିପି ନେଇଛି
କିଛି ମନର, କିଛି ଦେହର
ଭାଙ୍ଗିନି ଆମ किला ଦଶମ
ସ୍ମୃତିକୁ ଆଉଁସି ଦେଲି ଯେବେ
ପକ୍ଷୀଟେ ହେଇ ଯେବେ ଉଡ଼ିଯାଏ ତୋ ପାଖେ
Cycle ର ଘଣ୍ଟି ବଜେଇ ଚେନାଚୁର ବାଲା ଆସଇ
ରଙ୍ଗବେରଙ୍ଗି ମଲେଇ ଖାଇ ହସ ଯାଏ ଆମ ଛିଟିକି
ମନ ବତାମ ଖୋଲି ଦେଇ ରେ କାହାକୁ ନାଇ ଖାତିରି
ସାଙ୍ଗ ସାଥିରେ ଝଗଡ଼ା ହେଇ ବସୁଥିଲେ ଗୁମାନ ମାରି
ଲୁହ ଜକେଇ ଆଜି ଭାବୁଛି
କେତେ ନରମ ଥିଲା ଦଶମ