ଏଇ ପବନ ଟା କାଇଁ ମହକୁ ଥାଏ
ତୋ ସ୍ପର୍ଶ ଟେ ପାଇଲେ
ମୋର ଏଇ ଓଠ ଆପେ ଆପେ ଗାଏ
ତୋର ସୁର ଟେ ଶୁଣିଲେ
ତୁ ଥିଲେ ପାଖରେ
ଏମିତି କାଇଁ ହୁଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ଆଖି ତୋର କହେ
ମତେ କେତେ କଥା
ମୁଁ ସବୁ ବୁଝିଯାଏ
କିଛି ଅଭୁଝା ରହେନା
ସମୟଟା କାଇଁ
ଜଣାପଡେ ନାହିଁ
ଏସବୁ ସତ ନା ମୋର
ମନର କଳ୍ପନା
ଅଧିକା ମୁଁ କହିବାକୁ ଚାହେଁ
କିନ୍ତୁ କହୁ କହୁ ରହିଯାଏ
ତୁ ଥିଲେ ପାଖରେ
ଏମିତି କାଇଁ ହୁଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ଦୂରତା ବଢ଼ିଲେ କାଇଁ
ଲାଗୁଚି ଡର
ମୋ ପ୍ରେମକୁ ନ ଲାଗୁ
କାହା ନଜର
ଗୋଟେ ଖୁସି ମାଗିବି
ହେ ଈଶ୍ୱର
ଆମ ପ୍ରେମ ହେଉ ସାତ ଜନ୍ମର
ତୁ ଥିଲେ ପାଖରେ ଏମିତି କାଇଁ ହୁଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ