Сингл / Трек
ଏଡ଼େ ବେଇମାନି ତୁ
ଏଡ଼େ ବେଦରଦି ତୁ
ଏଡ଼େ ବେଇମାନି ତୁ, ଏଡ଼େ ବେଦରଦି ତୁ
ତତେ ଭରଷା କରି ଭଲ ପାଉଥିଲି ମୁଁ
ମୋ ହୃଦୟ ସାଥିରେ ଖେଳି ଦେଲୁ ପ୍ରିୟା ତୁ
ନୂଆ ସାଥୀଟେ ପାଇ ମୋତେ ଭୁଲିଗଲୁ ତୁ
ତୁ ହସୁଛୁ ସିନା, ନିତି କାନ୍ଦୁଛି ଲୋ ମୁଁ
ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
ତୋ ମନକୁ ଭାବି ମନ୍ଦିରଟିଏ ମନ ତତେ ଦେଲି
ମନ ନେଇ ତୁ ଖେଲିବୁ ବୋଲି ଭାବି ମୁଁ ନଥିଲି
ହୋ, ମୋ ପ୍ରେମରେ ଥିଲା କୋଉଠି ଉଣା? ଗଲୁ ମୋତେ ଭୁଲି
ଛଡେଇନେଲୁ ଖୁସି ମୋର ଦୁଃଖ ଦେଲୁ ଖାଲି, ଦୁଃଖ ଦେଲୁ ଖାଲି
ଏଡ଼େ ସ୍ୱାର୍ଥପର ତୁ
ଜାଣି ନଥିଲି ଲୋ ମୁଁ
ଏଡ଼େ ସ୍ୱାର୍ଥପର ତୁ, ଜାଣି ନଥିଲି ଲୋ ମୁଁ
ତତେ ବିଶ୍ୱାସ କରି ଆଜି ମରୁଛି ଲୋ ମୁଁ
ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ
ଓ, ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ
ମୋ ହୃଦୟେ ତତେ ବସେଇଥିଲି ଘରଟିଏ କରି
ବୁଝିଲୁ ନାହିଁ ପ୍ରେମକୁ ମୋର, ଗଲୁ ଛାତି ଚିରି
ହାଏ, ମୋ ଜୀବନେ ଯାହା ରଖିଥିଲି ମୁଁ, ସବୁ ଲୁଟିନେଲୁ
ଆଉ କା ପ୍ରେମ ପାଇଲୁ ବୋଲି ମୋତେ ଛାଡ଼ିଦେଲୁ, ମୋତେ ଛାଡ଼ିଦେଲୁ
ଏଡ଼େ धोकेबाज ତୁ
ଭାବି ନଥିଲି ଲୋ ମୁଁ
ଏଡ଼େ धोकेबाज ତୁ, ଭାବି ନଥିଲି ଲୋ ମୁଁ
ମୁଁ ସରଳ ବୋଲି ଆଜି ଠକିଦେଲୁ ତୁ
ମୋ ଭଲ ପାଇବାକୁ ଝୁରି ମରିବୁ ଲୋ ତୁ
ହଁ, ମୋ ଭଲ ପାଇବାକୁ ଝୁରି ମରିବୁ ଲୋ ତୁ
ଏଡ଼େ ବେଇମାନି ତୁ
ଏଡ଼େ ବେଦରଦି ତୁ
ତତେ ଭରଷା କରି ଭଲ ପାଉଥିଲି ମୁଁ
ମୋ ହୃଦୟ ସାଥିରେ ଖେଳିଦେଲୁ ପ୍ରିୟା ତୁ
ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
ଓ, ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ