Выберите трек для воспроизведения
ଆଖିକୁ କହିଲେ ଆଖି ଯାଉଛି ରୁଷି
ରାତିକୁ କହିଲେ ରାତି ହଉନି ଖୁସି
ହୋ-ଓ-ଓ-ଓ-ଓ, ହୋ-ଓ-ଓ-ଓ-ଓ
ଆଖିକୁ କହିଲେ ଆଖି ଯାଉଛି ରୁଷି
ରାତିକୁ କହିଲେ ରାତି ହଉନି ଖୁସି
ନା ଆଖି ବୁଝୁଛି
ନା ରାତି ବୁଝୁଛି
ନା ଆଖି ବୁଝୁଛି
ନା ରାତି ବୁଝୁଛି
ପ୍ରିୟାରେ, ପ୍ରିୟାରେ, ପ୍ରିୟାରେ
ଅଳପ ରାତିକୁ ସପନ ବେଶୀ
ତୋ ପ୍ରେମରେ ଆଜି ଯାଇଛି ଫସି
ଅଳପ ରାତିକୁ ସପନ ବେଶୀ
ତୋ ପ୍ରେମରେ ଆଜି ଯାଇଛି ଫସି
ଛୋଟଛୋଟ ଏଇ ଆଖି ଦୁଇଟାରେ
କାହିଁକି ଏତେ ସପନ?
ସବୁ ସପନ ବି ହୁଏ ନାହିଁ ସତ
ତଥାପି ପାଗଳ ମନ
ହୋ, ଅବୁଝା ପ୍ରିୟା ମୋ ବୁଝେ ନାହିଁ ଜମା
ସପନେ ଆସୁଛି ନିତି
ଏତେ ସପନକୁ ପୁରା କରିବାକୁ
ସମୟ ମାଗୁଛି ରାତି
ନା ନିଦ ବୁଝୁଛି
ନା ମନ ବୁଝୁଛି
ନା ନିଦ ବୁଝୁଛି
ନା ମନ ବୁଝୁଛି
ପ୍ରିୟାରେ, ପ୍ରିୟାରେ, ପ୍ରିୟାରେ
ଅଳପ ରାତିକୁ ସପନ ବେଶୀ
ତୋ ପ୍ରେମରେ ଆଜି ଯାଇଛି ଫସି
ଅଳପ ରାତିକୁ ସପନ ବେଶୀ
ତୋ ପ୍ରେମରେ ଆଜି ଯାଇଛି ଫସି
ପାହିଯାଏ ରାତି ଝରିଯାଏ ପୁଣି
ରଜନୀଗନ୍ଧା ର ବାସ
ଅଧା ରହିଯାଏ ଆଖିର ସପନ
ସବୁକିଛି ଲାଗେ ବିଷ
ହାଏ, ମନ ବି ଅବୁଝା, ପ୍ରେମ ବି ଅବୁଝା
ଅବୁଝା ବି ମୋର ପ୍ରିୟା
ଅବୁଝା ପଣ ରୁ ଅଧା ରହିଯାଏ
ସପନର ମୋ ଦୁନିଆଁ
ନା ଲୁହ ବୁଝୁଛି
ନା ହସ ବୁଝୁଛି
ନା ଲୁହ ବୁଝୁଛି
ନା ହସ ବୁଝୁଛି
ପ୍ରିୟାରେ, ପ୍ରିୟାରେ, ପ୍ରିୟାରେ
ଅଳପ ରାତିକୁ ସପନ ବେଶୀ
ତୋ ପ୍ରେମରେ ଆଜି ଯାଇଛି ଫସି
ଅଳପ ରାତିକୁ ସପନ ବେଶୀ
ତୋ ପ୍ରେମରେ ଆଜି ଯାଇଛି ଫସି