Выберите трек для воспроизведения
ସଜଳ—ସଜଳ ତୋ ଆଖିର କଜଳ
କହୁଛି ଲୋ କେତେ କଥା
ସେଇ ଆଖିରୁ ତୋ ବାରି ହେଇଯାଏ
ମୋ ପ୍ରେମରେ ଗଭୀରତା
ହଜାରେ ଜହ୍ନକୁ ଏକାଠି କଲେବି
ତୋ ମୁହଁ ପରି ଜମା ଦିଶୁନି
(ଉଁ, କାହିଁକି?)
ତୁ ସମ୍ମୋହିନୀ, ତୁ
ତୁ ସମ୍ମୋହିନୀ, ତୁ
ଅନେକ ଦିନରୁ ବାକି ତ ରହିଛି
ମୋ ମନର ମିଠା ଭୋକ
ପବରୀ ସଜେଇ କେବେଠୁ ବସିଛି
ରଚିବାକୁ ପ୍ରେମଗପ
ହାଁ, ସରମି ଲତାରୁ ସରମ ପରସେ
ଅଲିଅଳି ଅଭିମାନିନୀ
ମୁଁ ସମ୍ମୋହିନୀ, ମୁଁ (ହୋ—ଓ)
ମୁଁ ସମ୍ମୋହିନୀ, ମୁଁ
(Tune change ହଁ)
ମିଛରେ ତୁ ଋଷିଗଲେ, ମେଘ—କୁମାରି
ଭାବନାର ବନ୍ଧବାଡ଼ ଯାଏ ଉଛୁଳି
ନଜରରେ ଛୁଇଁ ଯେବେ ଯାଉଛୁ ଚାଲି
ବିନା ବସନ୍ତରେ ସତେ ଆସୁଛି ହୋଲି
ଝିଅ ନା ତୁ ସତେ ଅଷ୍ଟମ ଆଶ୍ଚର୍ଯ୍ୟ?
ଯେତେ ଦେଖିଲେ ବି ମନ ବୁଝୁନି
ତୁ ସମ୍ମୋହିନୀ, ତୁ
ମୁଁ ସମ୍ମୋହିନୀ, ମୁଁ (ନା)
ମୁଁ ସମ୍ମୋହିନୀ, ମୁଁ
ତୁ ସମ୍ମୋହିନୀ, ତୁ (ହୋ—ଓ)
ମୁଁ ସମ୍ମୋହିନୀ, ମୁଁ (ନା)