Выберите трек для воспроизведения
ଅନାମିକା ନାୟିକା ସପନେ ଆସେ ଏକା
ଅନାମିକା ନାୟିକା, ହେ-ହେ, ସପନେ ଆସେ ଏକା
ଦେଖି ନାହିଁ ଏମିତି ରୂପସୀ
ଖୋଜୁଛି ମୁଁ ଯେମିତି ମାନସୀ
ଆସିବ-ଆସିବ ଦିନେ ତ ଆସିବ
ସପନକୁ ମୋର ସତ କରିଦେବ
ଆସେ କେବେ ଆସେ ନାହିଁ
ଧରା ଜମା ଦିଏ ନାହିଁ
ଲାଜକୁଳୀ ଲତା ଟିଏ
ମିଠା-ମିଠା ଚୁମା ଦିଏ
ତା ନିଶାରେ ମୁଁ ପାଗଳ ହୁଏ
ଆସିବ-ଆସିବ ଦିନେ ତ ଆସିବ
ସପନକୁ ମୋର ସତ କରିଦେବ
ମୋ ଆଖିର ଆଇନା
ମୋ ମନର ମଇନା
ସେ ଗୀତିର ଝରଣା
ସେ ପ୍ରୀତିର ଯମୁନା
ପ୍ରୀତିର ଯମୁନା,ପ୍ରୀତିର ଯମୁନା
ଓଠ ନୁହେଁ ତା'ର ଆଖି କଥା କହେ
କେବେ ହସି ଦିଏ କେବେ ରୁଷି ଯାଏ
ଚୁପି-ଚୁପି କାନେ କହେ
ମୁଁ ତୁମକୁ ଭଲ ପାଏ
ରିମ୍-ଝିମ୍ ବରଷାରେ
ଝୁମି-ଝୁମି ନାଚୁ ଥାଏ
ତା ନିଶାରେ ମୁଁ ପାଗଳ ହୁଏ
ଆସିବ-ଆସିବ ଦିନେ ତ ଆସିବ
ସପନକୁ ମୋର ସତ କରିଦେବ
ତା ମଧୁର ଚାହାଣି
ମୋ ଜୀବନ କାହାଣୀ
ସେ ନିରଜ ନୟନା
ମୁଁ ଅଧୁରା ତା ବିନା
ଅଧୁରା ତା ବିନା, ଅଧୁରା ତା ବିନା
କେବେ ଲୁଚି ଯାଏ କେବେ ଦେଖା ଦିଏ
ମିଛ-ମିଛ ଲାଗେ ସତ ନେଇ ଯାଏ
ଚିହ୍ନା-ଚିହ୍ନା ମୁହଁ ଟିଏ
ସରଗର ପରୀ ଟିଏ
ଛୁଇଁ ଦେଲେ ଡରି ଯାଏ
ଭିଜି-ଭିଜି ଶରମରେ
ତା ନିଶାରେ ମୁଁ ପାଗଳ ହୁଏ
ଆସିବ-ଆସିବ ଦିନେ ତ ଆସିବ
ସପନକୁ ତୋର ସତ କରି ଦେବ
ଆସିବ-ଆସିବ ଦିନେ ତ ଆସିବ
ସପନକୁ ତୋର ସତ କରି ଦେବ