Оберіть трек для відтворення

ସେଇ ପ୍ରଥମ ପ୍ରେମର ପ୍ରଥମ ଛୁଆଁ
ଦିନେ ମନରେ ଜାଲିଲା ମଧୁର ନିଆଁ
ସେଇ ପ୍ରଥମ ପ୍ରେମର ପ୍ରଥମ ଛୁଆଁ
ଦିନେ ମନରେ ଜାଲିଲା ମଧୁର ନିଆଁ
କହ କେମିତି ଭୁଲିବି ସାଥୀ
ନିଦ ଭୁଲା ସେ ପ୍ରଥମ ରାତି
କହ କେମିତି ଭୁଲିବି ସାଥୀ
ନିଦ ଭୁଲା ସେ ପ୍ରଥମ ରାତି
ସେଇ ପ୍ରଥମ ଦିନ
ସ୍ମୃତି, ସ୍ମୃତି, ସ୍ମୃତି ଏକ ରୂପା ଜହ୍ନ
ସ୍ମୃତି ଏକ ରୂପା ଜହ୍ନ
ଆ, ସ୍ମୃତି ଏକ ରୂପା ଜହ୍ନ
ଆ, ସ୍ମୃତି ଏକ ରୂପା ଜହ୍ନ
ସେଇ ସୁନେଲି ସକାଳ ସେଇ ଗୋଲାପି ସନ୍ଧ୍ୟା
ଭୁଲି ପାରୁନି ପ୍ରିୟା ତୋ ଲାଜ ଅଳତା ପିନ୍ଧା
ସେଇ ବଉଳ ଫୁଲର ବେଣୀ ରଜନୀଗନ୍ଧା
ମନେ ପଡେ ସେ କାହାଣୀ ଯାହା ଥିଲା ତ ଅଧା
ମନେ ପଡେ ସେ ମନର ମେଳ
ଫୁଲ ସାଥିରେ ଫଗୁର ଖେଳ
ମନେ ପଡେ ସେ ମନର ମେଳ
ଫୁଲ ସାଥିରେ ଫଗୁର ଖେଳ
ସେଇ ଫଗୁଣ ବନ
ସ୍ମୃତି, ସ୍ମୃତି, ସ୍ମୃତି ଏକ ରୂପା ଜହ୍ନ
ସ୍ମୃତି ଏକ ରୂପା ଜହ୍ନ
ଆ, ସ୍ମୃତି ଏକ ରୂପା ଜହ୍ନ
ହଁ, ସ୍ମୃତି ଏକ ରୂପା ଜହ୍ନ
ସେଇ ଅବୁଝା ବୟସ ସେଇ ଅବୁଝା ମନ
ଦିନେ ଦେଖେଇ ଥିଲା ତ କେତେ ମିଠା-ସପନ
ସେଇ ପ୍ରଥମ ପ୍ରେମର ଋତୁ ପ୍ରେମ ବନ୍ଧନ
ମନେ ପଡେ ସେ ମନ୍ଦିର ବେଢ଼ା ଫୁଲ-ଚନ୍ଦନ
ସେଇ ଫୁଲ ଆଉ ସେ ଚନ୍ଦନ
ଦୁଇ ମନର ମଧୁ-ମିଳନ
ସେଇ ଫୁଲ ଆଉ ସେ ଚନ୍ଦନ
ଦୁଇ ମନର ମଧୁ-ମିଳନ
ଥିବ ସାରା ଜୀବନ
ସ୍ମୃତି, ସ୍ମୃତି, ସ୍ମୃତି ଏକ ରୂପା ଜହ୍ନ
ସ୍ମୃତି ଏକ ରୂପା ଜହ୍ନ
ଆ, ସ୍ମୃତି ଏକ ରୂପା ଜହ୍ନ
ହୋ, ସ୍ମୃତି ଏକ ରୂପା ଜହ୍ନ
ହୋ, ସ୍ମୃତି ଏକ ରୂପା ଜହ୍ନ
ହୋ, ସ୍ମୃତି ଏକ ରୂପା ଜହ୍ନ