Оберіть трек для відтворення
ତୋ ଗଳିର ସେପାଖେ ଶେଫାଳି ଫୁଟିଲେ, ମୋ ଗଳିରେ ଆସି ବାସେ
ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ, ମୋ ପୃଥିବୀ ଟିକେ ଝଲସି ଉଠେ
ତୋ ଗଳିର ସେପାଖେ ଶେଫାଳି ଫୁଟିଲେ, ମୋ ଗଳିରେ ଆସି ବାସେ
ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ, ମୋ ପୃଥିବୀ ଟିକେ ଝଲସି ଉଠେ
ଲାଜରେ ଆଖି ନୁଆଁଇ, ଧିରେ—ଧିରେ ଚାଲେ ଖାଲି
ଦୁନିଆଁ ଗଲେ ରେ ଯାଉ, ଟିକିଏ ଇର୍ଷାରେ ଜଳି
ତୁ ପାଖେ ଥିଲେ ମୋର ମନ କିଛି ତ ଚାହେଁନା
ରଙ୍ଗ ଏତେ କାଇଁ ଢ଼ାଳିଲୁ? ମୁଁ ସେ ରଙ୍ଗରେ ଆଜି ତ ଓଦା
ଯେତେ ପ୍ରେମ କଲେ କାହିଁକି ସବୁ ଲାଗେ ରେ ଆଜି ଅଧାଅଧା?
ରଙ୍ଗ ଏତେ କାଇଁ ଢ଼ାଳିଲୁ? ମୁଁ ସେ ରଙ୍ଗରେ ଆଜି ତ ଓଦା
ଯେତେ ପ୍ରେମ କଲେ କାହିଁକି ସବୁ ଲାଗେ ରେ ଆଜି ଅଧା—ଅଧା?
ହରିଣୀ ଚାହାଣି ତୋର, ନିଦକୁ କରିଛି ଚୋରି
ଲାଗୁଛି ଏମିତି କାଇଁ? ପ୍ରେମରେ ଯିବି ମୁଁ ମରି
ତୁ ପାଖେ ଥିଲେ ମୋର ଏ ମନ କିଛି ବୁଝେନା
ଭଲ ଏତେ କାଇଁ ପାଇଲୁ? ମୁଁ ଘୁରି ବୁଲେ ତୋ ଘର ପାଖେ
ସଜ ଏତେ କାଇଁ ହଉ ରେ? ତତେ ଦେଖିବାକୁ ଏ ଆଖି ଥକେ
ଭଲ ଏତେ କାଇଁ ପାଇଲୁ? ମୁଁ ଘୁରି ବୁଲେ ତୋ ଘର ପାଖେ
ସଜ ଏତେ କାଇଁ ହଉ ରେ? ତତେ ଦେଖିବାକୁ ଏ ଆଖି ଥକେ
ଦୁଆର ସେପାଖେ ରହି, ଯେବେ ତତେ ଦିଏ ଚାହିଁ
ଏମିତି କାହିଁକି ଲାଗେ? ସବୁ କିଛି ଯାଏ ପାଇ
ତୁ ପାଖେ ଥିଲେ ମୋର ମନ କିଛି ତ ମାଗେନା