Оберіть трек для відтворення
ରଥରେ ଲାଗିଲା ରଥ ଦଉଡି଼
ମୋ ଠାରେ ଲାଗିଲା ଯମ ଦଉଡ଼ି
ରଥରେ ଲାଗିଲା ରଥ ଦଉଡି଼
ମୋ ଠାରେ ଲାଗିଲା ଯମ ଦଉଡ଼ି
ରଥ ଦଉଡି଼ତ ବାହୁଡା ଯାକେ
ଯମ ଦଉଡ଼ିତ ମରିବା ଯାକେ
ରଥ ଦଉଡି଼ତ ବାହୁଡା ଯାକେ
ଯମ ଦଉଡ଼ିତ ମରିବା ଯାକେ
ଆସିବିନି ଆଉ ବାହୁଡ଼ି
ରଥରେ ଲାଗିଲା ରଥ ଦଉଡି଼
ମୋ ଠାରେ ଲାଗିଲା ଯମ ଦଉଡ଼ି
ବଡ଼ ଦେଉଳରୁ ରଥ ବାହାରିଲେ
ଗୁଣ୍ଡିଚାକୁ ଲାଗେ କୋଷେ
ଦେହ ଦେଉଳରୁ ଘଟ ଛୁଟିବାକୁ
ଲାଗେ ତାକୁ ନିଶ୍ବାସେ
ହୋ, ବଡ଼ ଦେଉଳରୁ ରଥ ବାହାରିଲେ
ଗୁଣ୍ଡିଚାକୁ ଲାଗେ କୋଷେ
ଦେହ ଦେଉଳରୁ ଘଟ ଛୁଟିବାକୁ
ଲାଗେ ତାକୁ ନିଶ୍ବାସେ
ଦଇବ ଦଉଡ଼ି ମଣିଷ ଗାଈ
କାଳ ବାନ୍ଧିବାକୁ ଦଉଡ଼ି ନାହିଁ
ରଥ ଦଉଡି଼ତ ବାହୁଡା ଯାକେ
ଯମ ଦଉଡ଼ିତ ମରିବା ଯାକେ
ରଥ ଦଉଡି଼ତ ବାହୁଡା ଯାକେ
ଯମ ଦଉଡ଼ିତ ମରିବା ଯାକେ
ଆସିବିନି ଆଉ ବାହୁଡ଼ି
ରଥରେ ଲାଗିଲା ରଥ ଦଉଡି଼
ମୋ ଠାରେ ଲାଗିଲା ଯମ ଦଉଡ଼ି
ଗୁଣ୍ଡିଚା ଯାତରୁ, ବାହୁଡା ଯାତକୁ
ଗଣି-ଗଣି ଆଠ ଦିନ
ଏନ୍ତୁଡ଼ି ଶାଳରୁ ମଶାଣି ଭୁଇଁକୁ
ନାହିଁ ତିଥି, ନାହିଁ ଦିନ
ହୋ, ଗୁଣ୍ଡିଚା ଯାତରୁ, ବାହୁଡା଼ ଯାତକୁ
ଗଣି-ଗଣି ଆଠ ଦିନ
ଏନ୍ତୁଡ଼ି ଶାଳରୁ ମଶାଣି ଭୁଇଁକୁ
ନାହିଁ ତିଥି, ନାହିଁ ଦିନ
ସୁଖି କହେ ମୋର ଆୟୁଷ ନାହିଁ
ଦୁଃଖୀ କହେ ମୋତେ ମରଣ ନାହିଁ
ରଥ ଦଉଡି଼ତ ବାହୁଡା ଯାକେ
ଯମ ଦଉଡ଼ିତ ମରିବା ଯାକେ
ରଥ ଦଉଡି଼ତ ବାହୁଡା ଯାକେ
ଯମ ଦଉଡ଼ିତ ମରିବା ଯାକେ
ଆସିବିନି ଆଉ ବାହୁଡ଼ି
ରଥରେ ଲାଗିଲା ରଥ ଦଉଡି଼
ମୋ ଠାରେ ଲାଗିଲା ଯମ ଦଉଡ଼ି
ରଥରେ ଲାଗିଲା ରଥ ଦଉଡି଼
ମୋ ଠାରେ ଲାଗିଲା ଯମ ଦଉଡ଼ି
ରଥ ଦଉଡି଼ତ ବାହୁଡା ଯାକେ
ଯମ ଦଉଡ଼ିତ ମରିବା ଯାକେ
ରଥ ଦଉଡି଼ତ ବାହୁଡା ଯାକେ
ଯମ ଦଉଡ଼ିତ ମରିବା ଯାକେ
ଆସିବିନି ଆଉ ବାହୁଡ଼ି
ଆସିବିନି ଆଉ ବାହୁଡ଼ି
ଆସିବିନି ଆଉ ବାହୁଡ଼ି
ଆସିବିନି ଆଉ ବାହୁଡ଼ି