Оберіть трек для відтворення
ଦେଖାହେଲା ଯେବେ ତୋ ସାଥେ ପ୍ରଥମଥର
ତୁ ମୋର, ଲାଗିଲୁ ତୁ ମୋର
ଫେରିଲାନି ତୋ ଆଖିରୁ ଯେବେ ମୋ ନଜର
ତୁ ମୋର, ଲାଗିଲୁ ତୁ ମୋର
ଲୁଚି-ଛପି ତୁ ଯେବେ ଆସିଲ
ଛାତି ତଳେ ମୋ ଗଲୁ ବସି
ସେବେଠାରୁ ଲାଗିଲୁ ତୁ ନିଜଠୁ ବି ନିଜର
ଦେଖାହେଲା ଯେବେ ତୋ ସାଥେ ପ୍ରଥମଥର
ତୁ ମୋର, ଲାଗିଲୁ ତୁ ମୋର
ତୁ ମୋର, ଲାଗିଲୁ ତୁ ମୋର
ମହୁଠାରୁ ବେଶି ମିଠା ତୋ କଥାରେ
ହଜିଯାଏରେ ମୁଁ, ଭିଜିଯାଏରେ
ହା, ବର୍ଷାପରି ଛିଟା ଛିଟା ତୋ ଥଟ୍ଟାରେ
ମରିଯାଏରେ ମୁଁ, ଝରିଯାଏରେ
ଝରିଗଲା ତୋ ହସରୁ ଯେବେ ମୋତି-କାତର
ତୁ ମୋର, ଲାଗିଲୁ ତୁ ମୋର
ଚୁପି ଚୁପି ତୁ ଯେବେ ଆସି ପଲକରେ ମୋ ଗଲୁ ବସି
ସେବେଠାରୁ ଲାଗିଗଲା ରଙ୍ଗ ଛିଟା ପ୍ରେମର
ଦେଖାହେଲା ଯେବେ ତୋ ସାଥେ ପ୍ରଥମଥର
ତୁ ମୋର, ଲାଗିଲୁ ତୁ ମୋର
ତୁ ମୋର, ଲାଗିଲୁ ତୁ ମୋର
रफ़्ता-रफ़्ता ତୋ ପ୍ରେମର ନିଶା ଲାଗେ
ଭେଦିଯାଏରେ ମୋ ଛାତି, ଭେଦିଯାଏରେ
ହୋ, हफ़ता, हफ़्ता ତୋ ପ୍ରେମର ଭାବନାରେ
ମଜିରହେରେ ଏ ମନ ମଜିରହେରେ
ଭାବନାରେ ଆସି ତୁ ଯେବେ ମନେ ତୋଳିଲୁ ଘର
ତୁ ମୋର, ଲାଗିଲୁ ତୁ ମୋର
ହସି ହସି ତୁ ଯେବେ ଆସି ଦେଇଗଲୁରେ ଏତେ ଖୁସି
ସେବେଠାରୁ ଫୁଲ ପାଇଁ ପାଗଳ ଏ ଭଅଁର
ତୁ ମୋର, ଲାଗିଲୁ ତୁ ମୋର
ତୁ ମୋର, ଲାଗିଲୁ ତୁ ମୋର
ତୁ ମୋର, ଲାଗିଲୁ ତୁ ମୋର
ତୁ ମୋର, ଲାଗିଲୁ ତୁ ମୋର