Оберіть трек для відтворення
ଦେଇଥିଲି ପ୍ରିୟା ତତେ ହୃଦୟ ମୋର
ପାଗଳ ଥିଲା ମୋ ମନ ପ୍ରେମରେ ତୋର
କେମିତି ଲୋ ସବୁ କଥା ଭୁଲିଗଲୁ ତୁ?
ମୋତେ ଛାଡି ହେଇଗଲୁ ଆଉ କାହାର
ଦେଇଥିଲି ପ୍ରିୟା ତତେ ହୃଦୟ ମୋର
ପାଗଳ ଥିଲା ମୋ ମନ ପ୍ରେମରେ ତୋର
କେମିତି ଲୋ ସବୁ କଥା ଭୁଲିଗଲୁ ତୁ?
ମୋତେ ଛାଡି ହେଇଗଲୁ ଆଉ କାହାର
ତୁ ଏତେ ନିର୍ଦୟ, ତୁ ଏତେ ନିଷ୍ଠୁର
ଭାଙ୍ଗିଦେଇ ଚାଲିଗଲୁ ସପନ ମୋର
ତୁ ହୃଦୟହୀନା, ତୋ ହୃଦୟ ନାହିଁ
ବୁଝିଲୁନି ଥରୁଟିଏ ମନକୁ ମୋର
ତୁ ଏତେ ନିର୍ଦୟ, ତୁ ଏତେ ନିଷ୍ଠୁର
ଭାଙ୍ଗିଦେଇ ଚାଲିଗଲୁ ସପନ ମୋର
ତୁ ହୃଦୟହୀନା, ତୋ ହୃଦୟ ନାହିଁ
ବୁଝିଲୁନି ଥରୁଟିଏ ମନକୁ ମୋର
ଦୁନିଆକୁ ଭୁଲିଥିଲି ତତେ ଭଲପାଇ
ବଞ୍ଚିବା ବାହନା ଥିଲୁ ତୁ ମୋ ପାଇଁ
ତୋ ମନରେ ଥିଲା ଖାଲି ଛଳନା
ମରୁଛି ଆଜି ଲୋ ପ୍ରିୟା ତତେ ମନ ଦେଇ
ଦୁନିଆକୁ ଭୁଲିଥିଲି ତତେ ଭଲପାଇ
ବଞ୍ଚିବା ବାହନା ଥିଲୁ ତୁ ମୋ ପାଇଁ
ତୋ ମନରେ ଥିଲା ଖାଲି ଛଳନା
ମରୁଛି ଆଜି ଲୋ ପ୍ରିୟା ତତେ ମନ ଦେଇ
ତୋ ମିଠାକଥାରେ ଥିଲା ଜହର
ଜାଳିଦେଇ ଗଲୁ ପ୍ରିୟା ଜୀବନ ମୋର
ଆଉ କା ସାଥେ ଚାଲିବୁ ବୋଲି
ଅଧା ବାଟେ ପ୍ରେମକୁ ମୋ କରିଲୁ ପର
ତୋ ପାଇଁ ଛାତିତଳେ କରିଥିଲି ଘର
କାହିଁକି ଖେଳିଲୁ ପ୍ରିୟା ମନ ସାଥେ ମୋର?
ମୋ ପ୍ରେମରେ ଥିଲା କୋଉଠି ଉଣା?
ଭାଙ୍ଗିଦେଇ ଚାଲିଗଲୁ ଭରସାକୁ ମୋର
ତୋ ପାଇଁ ଛାତିତଳେ କରିଥିଲି ଘର
କାହିଁକି ଖେଳିଲୁ ପ୍ରିୟା ମନ ସାଥେ ମୋର?
ମୋ ପ୍ରେମରେ ଥିଲା କୋଉଠି ଉଣା?
ଭାଙ୍ଗିଦେଇ ଚାଲିଗଲୁ ଭରସାକୁ ମୋର
ମୋ ଭାବନା ସାଥେ ତୁ ଦେଲୁ ଲୋ ଖେଳି
ସରଳ ହୃଦୟ ମୋ ମରୁଛି ଜଳି
ତୁ ଭାବିଲୁନାହିଁ ମୋ କଥା ଥରେ
କେମିତି ଲୋ ମନ ତୋର ଗଲା ବଦଳି?
ତୁ ଭାବିଲୁନାହିଁ ମୋ କଥା ଥରେ
କେମିତି ଲୋ ମନ ତୋର ଗଲା ବଦଳି?