Оберіть трек для відтворення
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜୀବ ଯିବା ବେଳେ ପାଶେ ହୋଇ ଉଭା, ଜୀବ ଯିବା ବେଳେ ପାଶେ ହୋଇ ଉଭା
ଦିଅ ଶ୍ରୀପୟର ଧୂଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ହସ୍ତପଦ ଯେବେ ହୋଇବ ଅଚଳ
ଆଖିକି ଦିଶିବ ନାହିଁ
ପ୍ରଭୂ ହେ, ଆଖିକି ଦିଶିବ ନାହିଁ
ଶିଥିଳ ତନୁରେ ଶକତି ଦବ ହେ
ଶିଥିଳ ତନୁରେ ଶକତି ଦବ ହେ
ତୁମକୁ ଛୁଇଁବା ପାଇଁ
ପ୍ରଭୁ ହେ, ତୁମକୁ ଛୁଇଁବା ପାଇଁ
ଏ ଭବ ବନ୍ଧନ ଡ଼ୋରି କାଟିଦେଲେ, ଏ ଭବ ବନ୍ଧନ ଡ଼ୋରି କାଟିଦେଲେ
ଧରିବି ପାଦ ଉଣ୍ଡାଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଚଞ୍ଚଳ ଏ ମନ ଦିନେ ହେଲେ ତୁମ
ମୂରତି ନ କଲା ଧ୍ୟାନ
ପ୍ରଭୁ ହେ, ମୂରତି ନ କଲା ଧ୍ୟାନ
ସଂସାରେ ଗରଳ, ନିଶା ରେ ପାଗଳ
ସଂସାରେ ଗରଳ, ନିଶା ରେ ପାଗଳ
କରିଲ ହେ ଭଗବାନ, କରିଲ ହେ ଭଗବାନ
ଯାହେ ବାର ରହୁ ମୋ ଗୁହାରୀ ରହୁ, ଯାହେ ବାର ରହୁ ମୋ ଗୁହାରୀ ରହୁ
ନିଅ ଶ୍ରୀଚରଣେ ତୋଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜୀବ ଯିବା ବେଳେ ପାଶେ ହୋଇ ଉଭା, ଜୀବ ଯିବା ବେଳେ ପାଶେ ହୋଇ ଉଭା
ଦିଅ ଶ୍ରୀପୟର ଧୂଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଏତିକି କରୁଛି ଅଳି
ଏତିକି କରୁଛି ଅଳି