Оберіть трек для відтворення
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ପଦୁଅ କୁ ପଦ୍ମାଳୟା
ପଦୁଅ କୁ ପଦ୍ମାଳୟା, ପାଆନ୍ତି ଭଲରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲ ଦେଖି ତୋଳିଲା ବୋଲି ମନ
ସିଆର କୁଡ଼ିଆକୁ କଲେ ମା' ଆଗମନ
ମାଣବସା ପାଇଁ ଏଇ
ମାଣବସା ପାଇଁ ଏଇ
ଫୁଲ ଅସନ ରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ମାଆ ର ପାଦପଦ୍ମ, ମାଆ ର ମୁଖପଦ୍ମ
ସେ ପୁଣି ପଦ୍ମାସନେ, ହସ୍ତରେ ସଭି ପଦ୍ମ
ସେଥିପାଇଁ ପଦ୍ମଫୁଲ
ସେଥିପାଇଁ ପଦ୍ମଫୁଲ
ଅମୂଲ ମୂଲ ରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ଜଗତ ଠାକୁରାଣୀ, ପଦ୍ମରେ ଶ୍ରଦ୍ଧାଞ୍ଜଳି
ଦଉଛି ଗଜରାଜ, ମାଆ କୁ ପଦ୍ମ ଆଣି
ମହାଲକ୍ଷ୍ମୀ ମନ୍ଦିର ଯେ
ମହାଲକ୍ଷ୍ମୀ ମନ୍ଦିର ଯେ
ପଦ୍ମ-ମହଲ ରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ଆସିଛି ମଗୁଶିର, ପହିଲି ଗୁରୁବାର
ବିଜେ ହୋଇବେ ମାଆ, ଶିରୋମାଣ ରେ ମୋର
ଘର ମୋର ଝଲସିବ
ଘର ମୋର ଝଲସିବ
ସରଗ ତୁଲ ରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ନୂଆ ଚାଉଳ ବାଟି, ଲେଖିଛି ପଦ୍ମଝୋଟି
ମାଆ ର ପଦ୍ମପାଦ ଆଙ୍କିଛି ଗୋଟି-ଗୋଟି
ମନେ-ମନେ ସୁମରିବା
ମନେ-ମନେ ସୁମରିବା
ମାଆ କୁ ଚାଲରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ପଦୁଅ କୁ ପଦ୍ମାଳୟା
ପଦୁଅ କୁ ପଦ୍ମାଳୟା, ପାଆନ୍ତି ଭଲରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ
ପଦୁଅ ଫୁଲରେ
ଆଣିଦେ-ଆଣିଦେ ମତେ