Оберіть трек для відтворення
ସା—ପାପା—ମାପା—ପାମାପା—ନିନି—ମାପା
ପାପା—ରେରେ—ମାନା—ସାସା—ରେ
ସା—ପାପା—ମାପା—ପାମାପା—ନିନି—ମାପା
ପାପା—ରେରେ—ମାନା—ସାସା—ରେ
ଅବାକ ଆକାଶ ଆଜି ରହିଛି ଚାହିଁ
ହୋ, ଅବାକ ଆକାଶ ଆଜି ରହିଛି ଚାହିଁ
ଇନ୍ଦ୍ରଧନୁ କିଏ ଚୋରି କଲା?
ହୃଦୟରେ ନେଇ ଆଙ୍କିଦେଲା
ଖାଲି ତୋ ପାଇଁ ଆଉ ମୋ ପାଇଁ
ଅବାକ ଫଗୁଣ ଆଜି ରହିଛି ଚାହିଁ
ହଁ, ଅବାକ ଫଗୁଣ ଆଜି ରହିଛି ଚାହିଁ
ସବୁ ଋତୁ ଆସି ଫେରିଗଲା
ଫଗୁଣ ତ ଏକା ରହିଗଲା
ଖାଲି ତୋ ପାଇଁ ଆଉ ମୋ ପାଇଁ
ଅବାକ ଆକାଶ ଆଜି ରହିଛି ଚାହିଁ
ହଁ, ଅବାକ ଫଗୁଣ ଆଜି ରହିଛି ଚାହିଁ
(ਮਾਹੀ ਵੇ)
ନିସା—ସା—ସା—ନିସା, ନିସା—ଗାଗା—ସାସା
ନିସା—ସା—ସା—ନିସା, ନିସା—ମାମା—ସାସା
ସାରେ—ରେ—ରେ—ସାରେ, ରେ—ଗା—ପା ଗା—ମା—ପା—ମାଧା
ଧା—ମା—ଗା—ରେ—ଗା—ରେ, ନି—ରେ—ଗା—ପା—ନି—ଧା—ମା—ରେ
ନି—ରେ—ଗା
ନୀଳ—ନୀଳ ଆକାଶେ ସେଇ ଲଫାପା ଭିତରେ
ନାଲି—ନାଲି ଗୋଲାପୀ ମୋ ଚିଠି
ଯାହା ପାଇଁ ଲେଖିଥିଲି ତାକୁ ଯାଇଛି ମୁଁ ପାଇ
ଯାହା ଥିଲା ଅକୁହା କଥା ଏ ଜୀବନେ
ସବୁ କିଛି ଦେଇଛି ମୁଁ କହି
ଖୋଜି—ଖୋଜି ତତେ ଆଜି ନିଦ ଯାଇଛି ଯେ ପାଇ
ସବୁ ଫୁଲ ଫୁଟି ଝଡ଼ିଗଲା
ଗୋଲାପ ତ ଏକା ରହିଗଲା
ଖାଲି ତୋ ପାଇଁ ଆଉ ମୋ ପାଇଁ
ଅବାକ ଆକାଶ ଆଜି ରହିଛି ଚାହିଁ
ଅବାକ ଫଗୁଣ ଆଜି ରହିଛି ଚାହିଁ
ସାରେ—ଗାମା—ପାଧା—ନି ସୁରେ ଗାଇଯା
ମିଠା—ମିଠା ଦରଜ ଦେଇଯା
ତୋ ସ୍ୱର ମୋ ଛନ୍ଦ ଯାଉ ଗୀତଟିଏ ହୋଇ
ଚୁନା—ଚୁନା କାହାଣୀ ଆଜି କହିଯା
ମୋଟା—ମୋଟା ସପନ ବୁଣିଯା
ତୋ ପ୍ରେମ, ମୋ ପ୍ରେମ ଯାଉ ଗପଟିଏ ହୋଇ
ସବୁ ଫୁଲ ଫୁଟି ଝଡ଼ିଗଲା
ଗୋଲାପ ତ ଏକା ରହିଗଲା
ଖାଲି ତୋ ପାଇଁ ଆଉ ମୋ ପାଇଁ
ଅବାକ ଆକାଶ ଆଜି ରହିଛି ଚାହିଁ
ହାଁ, ଅବାକ ଫଗୁଣ ଆଜି ରହିଛି ଚାହିଁ