Оберіть трек для відтворення
ହାତଠାରି ମତେ
ଡାକିବକି ସତେ?
ହାତଠାରି ମତେ
ଡାକିବକି ସତେ?
ରଥ ଯାତରାକୁ, ଏ ଦୁଃଖିକୁ, ପୁରୀକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ହାତଠାରି ମତେ
ଡାକିବକି ସତେ?
ହାତଠାରି ମତେ
ଡାକିବକି ସତେ?
ରଥ ଯାତରାକୁ, ଏ ଦୁଃଖିକୁ, ପୁରୀକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ଭାବବିନୋଦିଆ ମୋର ଭାବ ବୁଝି ପାରିବ
ନନ୍ଦିଘୋଷ ଅଟକାଇ ମତେ ହାତ ଠାରିବ
ଭାବବିନୋଦିଆ ମୋର ଭାବ ବୁଝି ପାରିବ
ନନ୍ଦିଘୋଷ ଅଟକାଇ ମତେ ହାତ ଠାରିବ
ଲାଗିଲେ ତା ଡୋରି, ଯିବି ପୁରୀ, ଭାବେ ମୁଁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ନନ୍ଦିଘୋଷେ ବସିଥିବ ମୋର କଳା-ବାମନ
ବଡ଼ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ
ନନ୍ଦିଘୋଷେ ବସିଥିବ ମୋର କଳା-ବାମନ
ବଡ଼ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ
ରଥ ଟାଣୁଥିବି, ଜାଣୁଥିବି, ଧନ୍ୟ ମୁଁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ହାତଠାରି ମତେ
ଡାକିବକି ସତେ?
ହାତଠାରି ମତେ
ଡାକିବକି ସତେ?
ରଥ ଯାତରାକୁ, ଏ ଦୁଃଖିକୁ, ପୁରୀକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ