Оберіть трек для відтворення

କାର୍ତ୍ତିକ ମାସରେ
ପାହାନ୍ତି ଶୀତରେ
କାର୍ତ୍ତିକ ମାସରେ
ପାହାନ୍ତି ଶୀତରେ
ମହୋଦଧି ଜଳେ ଦେବି ଲୋ ବୁଡ଼
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ଅଳପ ନିଦରେ
ସରଧା ବାଲିରେ
ବିତିଯାଉ ରାତି ତିରିଶି ମୋର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
କଦଳୀ ପଟୁଆ ଡ଼ଙ୍ଗା ଦେବି ଭସେଇ
ସେ ଡ଼ଙ୍ଗା ମଝି ବନର କୂଳେ ନେଇ ମୋ କାଳିଆ ଦବ ଲଗେଇ
ସେ ଡ଼ଙ୍ଗାରେ ଦ୍ଵୀପଟିଏ ଦେବି ଜଳେଇ
ମୋ ପରାଣ ଦୀପ ସିଏ ଅଦିନରେ ମୋ କାଳିଆ ଦବନି ଲିଭେଇ
ନରମ ଖରାରେ
ନରେନ୍ଦ୍ର କୂଳରେ
ସରିଯାଉ ସବୁ ସକାଳ ମୋର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ମଠରେ ଖାଇବି ଯାଇ ରାନ୍ଧି ହବିଷ
ଘର ଭାତ, ଡ଼ାଲି ଖାଇ ସଙ୍ଗାତ ରେ ଜୀବନଟା ହେଲାଣି ବିଷ
ଜୀବନ କଉଠି ଯିବ କେହି ଜାଣେନା
ଏମିତିକା ପୂଣ୍ୟ ମାସେ ପାଦ ଥରେ ଛୁଇଁଦଉ ବାଟ ଅଗଣା
ଶୀତୁଆ ସଞ୍ଜରେ
ଦରିଆ କୂଳରେ
ନଇଁଯାଉ ସବୁ ସଞ୍ଜ ଲୋ ମୋର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
କାର୍ତ୍ତିକ ମାସରେ
ପାହାନ୍ତି ଶୀତରେ
କାର୍ତ୍ତିକ ମାସରେ
ପାହାନ୍ତି ଶୀତରେ
ମହୋଦଧି ଜଳେ ଦେବିଲୋ ବୁଡ଼
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ଅଳପ ନିଦରେ
ସରଧା ବାଲିରେ
ବିତିଯାଉ ରାତି ତିରିଶି ମୋର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର
ମତେ ମିଳିଯିବ, ମିଳିଯିବ ପୂଣ୍ୟ ଲୋ ବରଷକର