Оберіть трек для відтворення
ଧନ୍ୟବାଦ ଭକ୍ତବୃନ୍ଦ
ଏ ଏକ ଭିନ୍ନ ସ୍ୱାଦର ଭକ୍ତି ଗୀତ
ଆପଣମାନେ ଶୁଣିଲେ ଜାଣି ପାରିବେ
ନୂଆ ପ୍ରକାର, ନୂତନ ପ୍ରକାର ଲେଖା
ଟିକେ ପୁରାଣ ଭିତରୁ ଏ ଗୀତକୁ ତିଆରି କରିଛି
ଜଗନ୍ନାଥଙ୍କୁ ତ କେବଳ ରହସ୍ୟ କରିହେବ, ଥଟ୍ଟା କରିହବ
କାହିଁକିନା ସେ ଥଟ୍ଟାର ପ୍ରତୀକ, ରହସ୍ୟର ସାଗର, ରସ—ସାଗର
ଭକ୍ତ କହୁଛି ଆଜି ଏତେ ଲକ୍ଷ ଲୋକ
Radio କହିଲା T.V. କହିଲା ୨୦ ଲକ୍ଷ ଲୋକ ହେଇଛନ୍ତି ଜଗନ୍ନାଥଙ୍କର ବଡ଼ଦାଣ୍ଡରେ
ଆହାଃ, ଅପୂର୍ବ
ଭକ୍ତ କହୁଛନ୍ତି, ଇଏ କିଏ ସେ ଆସୁଛନ୍ତି
କାହା ପାଇଁକି ଏତେ ଲୋକ
ମୁଁ ତାଙ୍କୁ ବୁଝେଇଲି ରେ ମନ ଟିକେ ଧ୍ୟାନ ଦେ
ହଁ, ଆପଣମାନେ ଟିକେ ବ୍ୟସ୍ତ ହୁଅନ୍ତୁନି, ଗୋଟେ କଥା ହଉଛି କଣ କି
ବୁଝନ୍ତୁ, ମୁଁ କଣ କହୁଛି ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ
ଇଏ ଏକ ଭିନ୍ନ ସ୍ୱାଦର ଲେଖା ମୁଁ କହିଛି
ଶ୍ରୀକ୍ଷେତ୍ର ଦେଶରେ ବରୁଣ ଦୁଲାଣି ହେଉଛନ୍ତି, ମା' ସାଆନ୍ତାଣୀ ହଉଛନ୍ତି ଜଗନ୍ନାଥଙ୍କର ସହ ଧର୍ମିଣୀ
ମା'ଙ୍କ କଥା ଟିକେ ଏଠି କହିବି
ଜଗନ୍ନାଥ ମହାପ୍ରଭୁ ବିବାହ କରିବା ପରେ—ପରେ ତାଙ୍କୁ ଜ୍ୱର ହୁଏ
ସେ ଯାଆନ୍ତି ରଥ ଯାତ୍ରା କରିବା ପାଇଁ
ମା'ଙ୍କୁ ମିଛ କହିକି ଯାଇଥାନ୍ତି, ସେଇଥି ପାଇଁକି ଲଷ୍ମୀ ନାରାୟଣ କଳି ହୁଏ
ଏ ଗୀତ ଶେଷରେ ଅଛି ଆପଣମାନେ ବୁଝିବେ
କିଛି ବ୍ୟସ୍ତ ହୁଅନ୍ତୁନି
ଏମିତି ପଡିବ, ଟୋପା—ଟୋପା ବର୍ଷା ପଡିବ, ଆପଣମାନେ ଉଠିଲେ ହବ ଆଉ
ଜନ ସମୁଦ୍ରରେ ଲହଡି ଆସୁଛି ମାଳ—ମାଳ
ଜନ ସମୁଦ୍ର, ଜନ ସମୁଦ୍ର ଆହାଃ
ସୋରିଷ ବୁଣିଲେ ତଳେ ପଡୁନାହିଁ, ଏତେ ଲୋକ
ଜନ ସମୁଦ୍ରରେ ଲହଡି ଆସୁଛି ମାଳ—ମାଳ
ବରୁଣ ରଜାର ଜ୍ବଇଁପୁଅ ଯାଏ ଗୁଣ୍ଡିଚା ଘର, ଗୁଣ୍ଡିଚା ଘର
ପୁଣ୍ୟ ଲହଡ଼ିରେ ନାବ ଭାସୁଛି, ଜ୍ବଇଁ ନନ୍ଦିଘୋଷ ନାବେ ବସିଛି
ପୁଣ୍ୟ ଲହଡ଼ିରେ ନାବ ଭାସୁଛି, ଜ୍ବଇଁ ନନ୍ଦିଘୋଷ ନାବେ ବସିଛି
ପୁଣ୍ୟ ଲହଡ଼ିରେ ନାବ ଭାସୁଛି, ଜ୍ବଇଁ ନନ୍ଦିଘୋଷ ନାବେ ବସିଛି
କଳା ବାମନ ରୂପକୁ ଦେଖ ତାର
କେଡେ ସୁନ୍ଦର ରେ, କଳାଧିବର
କେଡେ ସୁନ୍ଦର ରେ, କଳାଧିବର
ଜନ ସମୁଦ୍ରରେ ଲହଡି ଆସୁଛି ମାଳ—ମାଳ
ବରୁଣ ରଜାର ଜ୍ବଇଁପୁଅ ଯାଏ ଗୁଣ୍ଡିଚା ଘର ରେ, କଳାଧିବର
କଳାଧିବର ରେ, କଳାଧିବର
ସେ ତ ମଥାରେ ପିନ୍ଧିଛି ଫୁଲର ଟାହିଆ, ଦେଇଛି ରାଘବ ଦାସ
ଆହାଃ, ଦେଇଛି ରାଘବ ଦାସ
ସେ ତ ମଥାରେ ପିନ୍ଧିଛି ଫୁଲର ଟାହିଆ, ଦେଇଛି ରାଘବ ଦାସ
ଦାଣ୍ଡେ ଭକତ ମାନଙ୍କ ମେଳ ନାଟ ଦେଖି
ଦାଣ୍ଡେ ଭକତ ମାନଙ୍କ ମେଳ ନାଟ ଦେଖି ଫୁଟେ ରଙ୍ଗାଧରେ ହସ
ଆହାଃ, ଫୁଟେ ରଙ୍ଗାଧରେ ହସ
ଖାଲି ଚନ୍ଦନ, କର୍ପୁର ବାସୁଛି, ପାରିଜାତ ସରଗରୁ ଖସୁଛି
ଖାଲି ଚନ୍ଦନ, କର୍ପୁର ବାସୁଛି, ପାରିଜାତ ସରଗରୁ ଖସୁଛି
ନବ ଯଉବନ ବେଶ, ଆହାଃ
ନବ ଯଉବନ ବେଶ ଦେଖ ତାର
କେଡେ ସୁନ୍ଦର ରେ, କଳାଧିବର
କେଡେ ସୁନ୍ଦର ରେ, କଳାଧିବର
କୋଟିକେ ଗୋଟିଏ ବରୁଣ ଜେମାଙ୍କୁ ବିଧି ମତେ ବାହା ହୋଇ
ପ୍ରଭୁ ବିଧି ମତେ ବାହା ହୋଇ
ଜଗା ନାଇରିଆ ଯାଉଛି ରେ ଦେଖ, ଘରଣୀକି ମିଛ କହି
ଆହାଃ, ଘରଣୀକି ମିଛ କହି
ଭକ୍ତ ପାଇଁକି ନାବରେ ବସିଛି, ଦୀନ ଦୁଃଖିଙ୍କି ଉଦ୍ଧାର କରୁଛି
ଭକ୍ତ ପାଇଁକି ନାବରେ ବସିଛି, ଦୀନ ଦୁଃଖିଙ୍କି ଉଦ୍ଧାର କରୁଛି
କାତ ନଥାଇ ବାହୁଛି
କାତ ନଥାଇ ବାହୁଛି ନାହା ତାର
କେଡେ ସୁନ୍ଦର ରେ, କଳାଧିବର
କେଡେ ସୁନ୍ଦର ରେ, କଳାଧିବର