Оберіть трек для відтворення
ଦିନ ସରେ ନାହିଁ, ରାତି କଟେ ନାହିଁ
ଦିନ ସରେ ନାହିଁ, ରାତି କଟେ ନାହିଁ
ତୋ ପାଇଁ, ତୋ ପାଇଁ
ତୋ ପାଇଁ, ତୋ ପାଇଁ
ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି
ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି
ନାହିଁ ମୁଁ ନିଜର ହୋଇ, ହୋ-ଓ
ତୋ ପାଇଁ, ତୋ ପାଇଁ
ତୋ ପାଇଁ, ତୋ ପାଇଁ
ଛୋଟ କଥାଟିଏ ସାଇତି ରଖିଚି, ଶୁଣ କହିଦିଏ
ଫୁଲ ପାଏ, କଣ୍ଟା ପାଏ ମୁଁ ଭଲପାଏ
ତତେ ମୁଁ ସବୁଠି ପାଏ
ସାତ ପଲକରେ, ସାତ ଜନମର ହଁ କଥା ହେଲା
ଦରଦି ଏ ଛାତି ଟିକେ ବରଷିଗଲା
ତୋ ପାଖେ ଭରଷି ଗଲା
ସେଇ ଓଠ, ସେଇ ଆଖି ସପନେ ଥିଲି ମୁଁ ଦେଖି
ସେଇ ଓଠ, ସେଇ ଆଖି ସପନେ ଥିଲି ମୁଁ ଦେଖି
ସପନ ହେଲା ମୋ ସତ, ହୋ-ଓ
ତୋ ପାଇଁ, ତୋ ପାଇଁ
ତୋ ପାଇଁ, ତୋ ପାଇଁ
ଆଜି ମିଳିଗଲା, ଏ ଆଖି ଖୋଜୁଥୁଲା ଠିକ ତୋ ପରି
ଏ ଜନମେ ଆସ ଯିବା ସାଥୀ ହୋଇ, ଜୀବନ ସାଥୀ ହୋଇ
ପାଲିଙ୍କି ସଜେଇ ଆସିବି ତୋ ପାଖେ ଆଉ ଡେରି ନାହିଁ
ହାତରେ ମେହେନ୍ଦୀ ନାଇ, ଥୁବୁ ମୋ ବାଟ ଚାହିଁ
ହଁ ତୁ ମୋରି ପାଇଁ
ଶଙ୍ଖା, ସିନ୍ଦୁର ମୋ ପାଇଁ ଆଣିବୁ ବୋଲି ତୁହି
ଶଙ୍ଖା, ସିନ୍ଦୁର ମୋ ପାଇଁ ଆଣିବୁ ବୋଲି ତୁହି
ବସିଚି ଆଶା ମୁଁ ନେଇ, ହୋ-ଓ
ତୋ ପାଇଁ, ତୋ ପାଇଁ
ତୋ ପାଇଁ, ତୋ ପାଇଁ
ଦିନ ସରେ ନାହିଁ, ରାତି କଟେ ନାହିଁ
ତୋ ପାଇଁ, ତୋ ପାଇଁ
ତୋ ପାଇଁ, ତୋ ପାଇଁ
ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି
ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି
ନାହିଁ ମୁଁ ନିଜର ହୋଇ, ହୋ-ଓ
ତୋ ପାଇଁ, ତୋ ପାଇଁ
ତୋ ପାଇଁ, ତୋ ପାଇଁ