Оберіть трек для відтворення
ରହନା, ରହନା ଆଉ ତୁ ଦୁରେ ଓ ସାଥିରେ
ହାଏରେ-ହାଏରେ ତରଳି ଯାଏରେ, ମିଳେଇ ଯାଏରେ
ଏ ରାତି ଆସିଛି ଥରେ ଓ ସାଥିରେ
ହାଏରେ-ହାଏରେ ଜଳି ମୁଁ ଯାଏରେ ଏଇ ତୋ ଛୁଆଁରେ
ଏଇ ଛୁଆଁ ସାରାରାତି ଜାଳୁଥାଉ
ଦୁଇ ଦେହ ଲୁଚକାଳି ଖେଳୁଥାଉ
ଏମିତିକା ହୁଏ ବୋଧେ ଏମିତି ବୟସରେ
ରହନା, ରହନା ଆଉ ତୁ ଦୁରେ ଓ ସାଥିରେ
ହାଏରେ-ହାଏରେ ତରଳି ଯାଏରେ, ମିଳେଇ ଯାଏରେ
ଦାହ ବନ୍ଧନେ ସବୁ ବନ୍ଧନ ଦେ ଫିଟେଇ ତୁ
ନିଜ ଉପରୁ ନିଜର କାବୁ ଦେଲି ହଜେଇ ମୁଁ
ହାରିଗଲି, ହାରିଗଲି ତୋ ପାଖରେ
ହଜିଗଲି, ହଜିଗଲି ତୋ ଭିତରେ
ସମୟଟା ଚାଲୁଥାଉ ଏମିତି ଧୀରେ-ଧୀରେ
ରହନା ଆଉ ତୁ ଦୁରେ ଓ ସାଥିରେ
ହାଏରେ-ହାଏରେ ତରଳି ଯାଏରେ, ମିଳେଇ ଯାଏରେ
ପ୍ରଥମଥର ଆଖିରେ ତୋର ଲାଜ ଦେଖୁଚି ମୁଁ
ଲିଭିବ ଲାଜ, ଆଲୁଅ ଟିକେ ଦେ ଲିଭେଇ ତୁ
ଥାଏ ମଜା ଅଧା-ଅଧା ଅନ୍ଧାରରେ
ଆସ ଯିବା ମହୁନଈ ଧାରେ-ଧାରେ
ନଈ ଧାରେ ଶୋଷ ମୋର ବଢୁଛି ଧୀରେ-ଧୀରେ
ରହନା, ରହନା ଆଉ ତୁ ଦୁରେ ଓ ସାଥିରେ
ହାଏରେ-ହାଏରେ ତରଳି ଯାଏରେ, ମିଳେଇ ଯାଏରେ
ଏ ରାତି ଆସିଛି ଥରେ ଓ ସାଥିରେ
ହାଏରେ-ହାଏରେ ଜଳି ମୁଁ ଯାଏରେ ଏଇ ତୋ ଛୁଆଁରେ