
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି
ପାଖରେ ବସି ତୁ
ମିଛରେ ହସିଦେ
ପାଖରେ ବସି ତୁ
ମିଛରେ ହସିଦେ
ସତରେ ମୁଁ ଟିକେ ହସିଦେବି
ଆଉ କିଛିଦିନ ବଞ୍ଚିଯିବି
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି
ହୋ, ଆଉ କିଛିଦିନ ବଞ୍ଚିଯିବି
ତୁ କାହିଁକି ଏତେ
ଭଲଲାଗୁ ମତେ
ଜାଣେନା କାରଣ ତାର
ଜାଣେନା କାରଣ ତାର
ତତେ ଏଇ ମନ
ଖୋଜେ ରାତି, ଦିନ
ପାଇବାକୁ ପାଖେ ତାର
ପାଇବାକୁ ପାଖେ ତାର
ମିଛରେ ଡ଼ାକିନେ
ହାତ ଠାରି ମତେ
ମିଛରେ ଡ଼ାକିନେ
ହାତ ଠାରି ମତେ
ଆଉ କିଛି ବାଟ ଚାଲିଯିବି
ଆଉ କିଛିଦିନ ବଞ୍ଚିଯିବି
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି
ହୋ, ଆଉ କିଛିଦିନ ବଞ୍ଚିଯିବି
ମୁଁ ଜାଣିଛି ମତେ
ଭଲ ତୁ ପାଉନା
ତଥାପି ମୁଁ ଭଲପାଏ
ତଥାପି ମୁଁ ଭଲପାଏ
ଦୂରରୁ, ଦୂରରୁ
ତତେ ଦେଖିଦେଲେ
ତୋ ଭିତରେ ହଜିଯାଏ
ତୋ ଭିତରେ ହଜିଯାଏ
ସପନରେ ମତେ
ଥରୁଟେ ଛୁଇଁଦେ
ସପନରେ ମତେ
ଥରୁଟେ ଛୁଇଁଦେ
ସତ ବୋଲି ତାକୁ ଭାବିନେବି
ଆଉ କିଛିଦିନ ବଞ୍ଚିଯିବି
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛିଦିନ ବଞ୍ଚିଯିବି
ହୋ, ଆଉ କିଛିଦିନ ବଞ୍ଚିଯିବି
ହେ, ଆଉ କିଛିଦିନ ବଞ୍ଚିଯିବି
ହୁଁ, ଆଉ କିଛିଦିନ ବଞ୍ଚିଯିବି