Оберіть трек для відтворення
ଜଗନ୍ନାଥେ ହୋ, ଦେଲି ମନେ ପକେଇ
ଜଗନ୍ନାଥେ ହୋ, ଦେଲି ମନେ ପକେଇ
ଜଗନ୍ନାଥେ ହୋ...
ତୁମେ ତ ମନୁଆ ସେଦିନ ସେକଥା
ହୁଏତ ମନରେ ଥିବ କି ନାହିଁ
ଜଗନ୍ନାଥେ ହୋ, ଦେଲି ମନେ ପକେଇ
ଜଗନ୍ନାଥେ ହୋ...
ଆଦ୍ୟ ମଗୁଶିର ହେଲେ ଗୁରୁବାର
ମହାଲକ୍ଷ୍ମୀ ଯିବେ ନଗର ବୁଲି
ମାଆ ପାଖେ ନାହିଁ ଜାତି କି ଅଜାତି
ଏ କଥା ମଣିମା ନ ଯିବ ଭୁଲି
କଥା ତ ଦେଇଛ ଯାହା ଘରେ ଗଲେ
ଲକ୍ଷ୍ମୀ ଙ୍କୁ ଆକଟ କରିବ ନାହିଁ
ଜଗନ୍ନାଥେ ହୋ, ଦେଲି ମନେ ପକେଇ
ଜଗନ୍ନାଥେ ହୋ...
ଶୀତୁଆ ପବନ ଲହଡ଼ି ଭାଙ୍ଗୁଛି
ଗୋହିରି ବିଲରେ ପାଚିଲା ଧାନ
ରୁଆ ଧାନ ଭରି ଶେରରେ, ମାଣରେ
ଘରେ-ଘରେ ଏବେ ବସିବ ମାଣ
ମାଣବସା ଓଷା, ତୁମ ଲୋକହସା
ଦିନ ଯାଇଛି ନ ଅଛି ତ ରହି
ଜଗନ୍ନାଥେ ହୋ, ଦେଲି ମନେ ପକେଇ
ଜଗନ୍ନାଥେ ହୋ...
ତୁମ ବଡ଼ଭାଇ ଭାରି ଭୋଳାମନ
କାଲି କଥା ଆଜି ଯାଆନ୍ତି ଭୁଲି
ପୁଣି ସେଇ କଥା ଉଠେଇବେ ଯେବେ
ରୋଷ ଘରେ ଯାଇ ଫୁଙ୍କିବେ ଚୁଲି
ବେଳ ଥାଉ-ଥାଉ ଆହେ ମହାବାହୁ
ଭାଇ ବଳିଆଙ୍କୁ ଦବ ବୁଝେଇ
ଜଗନ୍ନାଥେ ହୋ, ଦେଲି ମନେ ପକେଇ
ଜଗନ୍ନାଥେ ହୋ...
ବୁଲି ବାହାରିବେ ବାଇ ଠାକୁରାଣୀ
ମାଣବସା ଓଷା ପ୍ରିୟ ତାଙ୍କର
ସେ ପାଦ ପରଶେ ଧନ୍ୟ ହୋଇଯିବ
ଆଜି କୋଟି-କୋଟି ଶ୍ରୀୟା କୁଟୀର
ତୁମ ବାକ୍ୟ ତୁମେ ରକ୍ଷା କର ପ୍ରଭୁ
ମଗୁଶିର ହେଉ ମଙ୍ଗଳମୟୀ
ଜଗନ୍ନାଥେ ହୋ, ଦେଲି ମନେ ପକେଇ
ଜଗନ୍ନାଥେ ହୋ...
ତୁମେ ତ ମନୁଆ ସେଦିନ ସେକଥା
ହୁଏତ ମନରେ ଥିବ କି ନାହିଁ
ଜଗନ୍ନାଥେ ହୋ, ଦେଲି ମନେ ପକେଇ
ଜଗନ୍ନାଥେ ହୋ, ଦେଲି ମନେ ପକେଇ
ଜଗନ୍ନାଥେ ହୋ...