Оберіть трек для відтворення
ସାଗର କୂଳେ ଦିନେ ଦେଖିଲି ଝିଅଟିଏ
ରୂପତା ମଧୁଝରା, ଚାହାଣି ମନଚୋରା
ଚାଲିରେ ଝରୁଥିଲା କବିତା
ସାଗର କୂଳେ ଦିନେ ଦେଖିଲି ଝିଅଟିଏ
ରୂପତା ମଧୁଝରା, ଚାହାଣି ମନଚୋରା
ଚାଲିରେ ଝରୁଥିଲା କବିତା
ସାଗର କୂଳେ ଦିନେ...
ମନରେ ରହିଗଲା ଲାଗି ତା'ରି ଫୁଲାଣିଆ ଛବି
ମନରେ ରହିଗଲା ଲାଗି ତା'ରି ଫୁଲାଣିଆ ଛବି
ଭାବିଲି ମନକଥା ପାଶେ ଯାଇ କହିବି
ରାଗିଲେ ରାଗୁ ପଛେ କହିବ ଯା' ସହିବି
ହେଲେ ହସିଦେଲେ ହସିଦେବି, ଲାଜକଲେ ହସାଇବି
ତା ରୂପକୁ ଚାହିଁ
ସାଗର କୂଳେ ଦିନେ ଦେଖିଲି ଝିଅ ଟିଏ
ରୂପତା ମଧୁଝରା, ଚାହାଣି ମନଚୋରା
ଚାଲିରେ ଝରୁଥିଲା କବିତା
ସାଗର କୂଳେ ଦିନେ...
ବସିଲି ପାଶେ ଯାଇ ତାର
ଲାଜେଇଗଲା ମନ-ଫୁଲ
ବସିଲି ପାଶେ ଯାଇ ତାର
ଲାଜେଇଗଲା ମନ-ଫୁଲ
ଉଠି ସେ ଗଲା ଚାଲି, ଆଉ କେବେ ଦେଖିନି
ପଚାରି ବୁଝିଥାନ୍ତି ନାମଟା ତ ରଖିନି
ହେଲେ କଥା ରହିଗଲା ଅଧା
ଆଉ ଫେରିଲାନି ରାଧା, ମୁଁ ରହିଚି ଚାହିଁ
ସାଗର କୂଳେ ଦିନେ ଦେଖିଲି ଝିଅଟିଏ
ରୂପତା ମଧୁଝରା, ଚାହାଣି ମନଚୋରା
ଚାଲିରେ ଝରୁଥିଲା କବିତା
ସାଗର କୂଳେ ଦିନେ...
ଲାଲା-ଲା-ଲାଲା-ଲାଲା
ଲାଲା-ଲା-ଲାଲା-ଲାଲା
ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ