Оберіть трек для відтворення
Сингл / Трек
ରେଣୁ ରେଣୁ କାକରରେ ମନ ଓଦା ସର ସର
କାହା ପାଇଁ ରେ?
ନିଜକୁ ମୁଁ ଯାହା କହେ, ପ୍ରତିଧ୍ଵନି ତୋ ପାଖରେ
କାହିଁକି ହୁଏ?
ଯଦି ପ୍ରେମ ଗୋଟେ ଲଫାପା, ଇତି ତୋର କିଏ ରେ?
ଦେହ ମନ ତୋ ପାଖରେ ଟହଲ ମାରେ
ନେଇ ମୋତେ ଘରେ ତୋର ଚହଳ ପଡ଼େ
ଦେହ ମନ ତୋ ପାଖରେ ଟହଲ ମାରେ
ନେଇ ମୋତେ ଘରେ ତୋର ଚହଳ ପଡ଼େ
ବେଣୀ ମୋ ଖୋଲିବା ଭୁଲିବୁ ନାଇଁ ରେ
କାନଫୁଲ ସହିତ ଖେଳୁଥିବୁ ଟିକେ
ଭଲ ପାଇବାର ଟୁକୁମୁଷି ମୁଁ
ତତେ ନ ଦେଖା ହେଲେ ବାଲି ତଳେ ଶୋଏ
ତୋର ଡାହା ମିଛ କଥା ବି ମନ ମତାଣିଆ ରେ
ଦେହ ମନ ତୋ ପାଖରେ ଟହଲ ମାରେ
ନେଇ ମୋତେ ଘରେ ତୋର ଚହଳ ପଡ଼େ
ଦେହ ମନ ତୋ ପାଖରେ ଟହଲ ମାରେ
ନେଇ ମୋତେ ଘରେ ତୋର ଚହଳ ପଡ଼େ
ପାହାଡ଼ ତଳିଆ ବିଲ ପରି କାଇଁ
ମୋ ଆଖି ବେଶି ଟିକେ ମେଘ ମେଘ ହୁଏ?
ଧୁ-ଧୁ ଖରାରେ ତାତିଲା ମାଟିରେ
ଏ ମନ ତୋ ଆଡ଼େ ହିଁ ଖାଲି ପାଦେ ଧାଏଁ
ଉଠୁ ଯେତେ ତୁମ୍ବି ତୋଫାନ ରହିଥିବି ପାଖରେ
ଦେହ ମନ ତୋ ପାଖରେ ଟହଲ ମାରେ
ନେଇ ମୋତେ ଘରେ ତୋର ଚହଳ ପଡ଼େ
ଦେହ ମନ ତୋ ପାଖରେ ଟହଲ ମାରେ
ନେଇ ମୋତେ ଘରେ ତୋର ଚହଳ ପଡ଼େ