Оберіть трек для відтворення
ଅଞ୍ଜଳି (ଅଞ୍ଜଳି, ଅଞ୍ଜଳି)
ସାଇତିଲି (ସାଇତିଲି, ସାଇତିଲି)
ତତେ ଛାତିରେ (ଛାତିରେ, ଛାତିରେ)
ନିଜକୁ ମୁଁ ଭୁଲିଲି (ଭୁଲିଲି, ଭୁଲିଲି)
ଅଞ୍ଜଳି (ଅଞ୍ଜଳି, ଅଞ୍ଜଳି)
ଲୁଚେଇଲି (ଲୁଚେଇଲି, ଲୁଚେଇଲି)
ତତେ ଆଖିରେ (ଆଖିରେ, ଆଖିରେ)
ପ୍ରେମକୁ ମୁଁ ପାଇଲି (ପାଇଲି)
ଫିକା ଫିକା ଋତୁରେ, ଏକା ଏକା ବର୍ଷାରେ
ଭିଜେ ଆଜି ପ୍ରେମରେ, ଲାଗେ ଆଜି ମନ ମୋ ରଙ୍ଗୋଲି
ତୋଫା ତୋଫା ଜହ୍ନରେ, ସଫା ସଫା ସ୍ୱପ୍ନରେ
ଦେଖେ ଆଜି ତତେରେ, ଲାଗେ ଆଜି ପ୍ରେମରେ ପଡ଼ିଲି
(ଅଞ୍ଜଳି)
ଗୁମସୁମ୍, silky ଏଇ ମନରେ ରଙ୍ଗେଇଲୁ ପ୍ରେମ ରଙ୍ଗରେ
ଭୁଲେଇ ତୋ ଚୋରା ପ୍ରେମରେ ଡ଼ାକି ତୁ ନେଲୁ ଦୁରେ
ଝାପ୍ସା ଝାପ୍ସା ଛାଇ ନିଦରେ, हौले-हौले ମନ ସହରେ
ପାଖକୁ ତୁ ଟାଣୁ ମୋତେରେ ବାନ୍ଧି ତୋ ପ୍ରେମ ଡ଼ୋରେ
ଅଭିମାନି ପ୍ରିୟା ତୁ, ଅବୁଝା ପାଗଳ ପ୍ରେମୀ ମୁଁ
କୁହୁଡ଼ିର ଧୂଆଁ ତୁ, ଛାଇ ବୋଲି ଭାବିଲି
ଅଞ୍ଜଳି ପାଇଗଲି, ତତେ ମୁଁ ତୋ ଠାରୁ ମନ ତଳେ ରଖିଲି
ମିଠା ମିଠା ବାସ୍ନାରେ, ଛିଟା ଛିଟା ଜ୍ୟୋସ୍ନାରେ
ଓଦା ଓଦା ତୃଷ୍ଣାରେ, ଏତେ କାଇଁ ଲାଜରେ ଜରିଲି?
ସୁନା ସୁନା ଜୀବନେ, ଚୁନା ଚୁନା ସପନେ
ଆନମନା ଏ ମନେ, ଏତେ କାଇଁ ତତେ ମୁଁ ଖୋଜିଲି?
(ଅଞ୍ଜଳି)
ହାଲ୍କା ବର୍ଷା ହୁଏ ଛାତିରେ, ଦେଖେ ତତେ ଯେବେ ପାଖରେ
ଶୁଣିଯା ମୋ ପ୍ରେମ ଡ଼ାକେରେ, ଆ' ତୁ ଚାଲି ଥରେ
ଚୁପକି ଛୁଇଁଯା ତୁ ମୋତେରେ, ସ୍ବପ୍ନ ହଉ କିବା ସତରେ
ଲୁହ ସାଜି ରହିଥା ପଛେ ମୋ ଆଖି ପଲକରେ
ଅସୁମାରୀ ଆଶା ତୁ, ଅଜଣା ଅଚିହ୍ନା ପ୍ରେମ ମୁଁ
ଅଭିଲିପ୍ସା ଗୀତି ତୁ, ଆଜି ମୁଁ ଜାଣିଲି
ଅଞ୍ଜଳି ସଜେଇଲି ତତେ ମୋ ଜୀବନେ ପ୍ରେମିକ ମୁଁ ସାଜିଲି (ସାଜିଲି)
ହଲଚଲ୍ ଛାଇରେ, ଚୁଲବୁଲ୍ ପାଣିରେ
ଚମଚମ୍ ତାରାରେ, ସବୁଆଡ଼େ ତୋ ମୁହଁ ଦେଖିଲି
ଚିକମିକ୍ ରାତିରେ, ଟୁପଟାପ୍ କଥାରେ
ଚୁପଚାପ୍ ଓଠରେ ନିଜ ସାଥେ ନିଜେ ମୁଁ ଗପିଲି
ଅଞ୍ଜଳି (ଅଞ୍ଜଳି, ଅଞ୍ଜଳି)