Оберіть трек для відтворення
ଝଲସା-ଝଲସା ତାର ମହୁଆ ହସ
ଓ, ଛନକା-ଛନକା ଫୁଲ କୁଆଁରୀ ବେଶ
सरमी ଆଖିରେ ନିରୀହ ଚାହାଣି
सरमी ଆଖିରେ ନିରୀହ ଚାହାଣି
ମୋର ଛାତିରେ ତୋଳିଲା ଘର
ଅଭିମାନିନୀ ପ୍ରିୟାକୁ ମୋର (ପ୍ରିୟାକୁ ମୋର)
ଲାଗିନଯାଉ ହାଏ, କାହା ନଜର, ହଁ-ହଁ
ଅଭିମାନିନୀ ପ୍ରିୟାକୁ ମୋର (ପ୍ରିୟାକୁ ମୋର)
ଲାଗିନଯାଉ ହାଏ, କାହା ନଜର
କେଉଁ ଋତୁର ଫୁଲ ସେତ ଅନାମିକା
ଲାଗେ ରୂପରେ ମୋନାଲିସା, ଚିତ୍ରଲେଖା
କିମିଆଁ କଲା ମୋତେ, ଭୁଲିଲି ନିଦ ସତେ
ଯେବେଠୁ ହେଲା ସିଏ ଦେଖା
ଚଗଲି ବୟସୀ, ଚଞ୍ଚଳ ହରିଣୀ
ଚଗଲି ବୟସୀ, ଚଞ୍ଚଳ ହରିଣୀ
ମୋର ପଲକେ ତୋଳିଲା ଘର
ଅଭିମାନିନୀ ପ୍ରିୟାକୁ ମୋର (ପ୍ରିୟାକୁ ମୋର)
ଲାଗିନଯାଉ ହାଏ, କାହା ନଜର, ହଁ-ହଁ
ଅଭିମାନିନୀ ପ୍ରିୟାକୁ ମୋର
ଲାଗିନଯାଉ ହାଏ, କାହା ନଜର (ହଁ-ହଁ)
ଲାଗୁଥିଲା ସେ କଥାକୁହା ଛବିଟିଏ
ତୁନି ଓଠରେ କହିଗଲା ଭଲପାଏ
ମନଟା ସାଧା-ସିଧା, ଲାଜରେ ଓଦା-ଓଦା
ତା ବିନା ମରିଯିବି ହାଏ
କଅଁଳ କିଶୋରୀ, ମୋ ମନ-ଚକୋରି
କଅଁଳ କିଶୋରୀ, ମୋ ମନ-ଚକୋରି
ଆଜି ସାଜିଛି ଜୀବନ ମୋର
ଅଭିମାନିନୀ ପ୍ରିୟାକୁ ମୋର (ପ୍ରିୟାକୁ ମୋର)
ଲାଗିନଯାଉ ହାଏ, କାହା ନଜର, ହଁ-ହଁ
ଅଭିମାନିନୀ ପ୍ରିୟାକୁ ମୋର (ପ୍ରିୟାକୁ ମୋର)
ଲାଗିନଯାଉ ହାଏ, କାହା ନଜର